ଯାଜପୁର: ଅକରପଡ଼ା ପଞ୍ଚାୟତ ଭେଳଙ୍ଗ ଗ୍ରାମ ର ଟୁଟୁନ ମଲ୍ଲିକ ହତ୍ୟାକାଣ୍ଡକୁ ନେଇ ଯାଜପୁର ପୋଲିସ୍ ତଦନ୍ତ କରୁଥିବା ବଳେ ଆଜି ପୋଲିସ୍ ହାତରେ ଧରାପଡ଼ିଲେ ଅଭିଯୁକ୍ତ । ହତ୍ୟାକାରୀ ମାନେ ହେଉଛନ୍ତି ସେହି ଗ୍ରାମର ପାଗଳ ମଲିକ୍ଙ୍କ ପୁଅ ବିରଞ୍ଚô ମଲିକ୍ (୩୬) ଏବଂ ଲକ୍ଷ୍ମଣ ମଲିକ୍ଙ୍କ ପୁଅ ଅଜୟ ମଲିକ (୩୮)ଙ୍କୁ ଆଜି ଯାଜପୁର ଟାଉନ ଥାନା ପୋଲିସ୍ ଗିରଫ୍ କରିଛି ।
ଆଇ.ପି.ସି. ୩୦୨ ଧାରା ରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ·ଲାଣ କରାଯାଇଛି । ସୂଚନା ମୁତାବକ ୧୬ ତାରିଖ ଦିନ ପ୍ରାୟ ସନ୍ଧ୍ୟା ୭ ଘଟା ସମୟରେ ରାହାସୋହି ନିକଟରେ ଥିବା ପେଟ୍ରୋଲ ପମ୍ପକୁ ସାଇକେଲ ଯୋଗେ ପେଟ୍ରୋଲ ଆଣିବା ପାଇଁ ଯାଇଥିଲେ ଟୁଟୁନ ।
ଫେରିବା ବାଟରେ ତାଙ୍କୁ ହତ୍ୟା କରାଯାଇଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଲୋକମାନେ ଦେଖି ପରିବାର ଲୋକଙ୍କୁ ଖବର ଜଣାଇଥିଲେ । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚô ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା । ଏନେଇ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ୍ ସାଇଣ୍ଟିଫିକ୍ ଟିମ୍ର ସହାୟତା ନେଇଥିଲା । ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ଆସାମୀ ମାନଙ୍କୁ ଧରି କୋଟ ·ଲାଣି କରିଛନ୍ତି ।