ନିରାକାରପୁର : ଚଲିତ ବର୍ଘ ମୈସୁମୀ ବର୍ଷା ଓଡିଶାରେ ଡେରିରେ ପହଁଚିବାରୁ ୟ ଧିମା ହୋଇଥିଲା ।ଏବଂ ବର୍ଷା ଯୋଇଁ ପରିମାଣରେ ହେବା କଥା ତାହା ଅନୁମାନ ଠାରୁ କମ ବର୍ଷା ହେବରୁ ଚାହୀ ମାନେ ବିଲରେ ଯେଇଁ ବିହନ ବୁଣିଥିଲେ ତାହା ଅନେକ ଯାଗାରେ ବିଲକୁଲ ଗଜା ହୋଇ ନଥିବା ବେଳେ ଆଉ କିଛି ଯାଗାରେ ପାଣି ଅଭାବରୁ ଶୁଖିକି ବିଲ ମାଟି ଫାଟିକି ରହିଛି ।
ଚାଷୀ ମାନେ ଏହାକୁ କ୍ଷତି ସହି ପୂର୍ଣ୍ଣବାରବିଲରେ ତଳିପକାଇ ରୋଇବା ସମୟକୁ ବିଲରେ ହାତୀ ପଲ୍ଲ ପଶି ଯେତିକି ପରିମାଣରେ ଖାଇନାହାଁନ୍ତି ତା ଠାରୁ ଅଧିକ ପରିମାଣରେ ଦଳୀ ଚକଟି ନଷ୍ଟ କରିଦେଇଛନ୍ତି । ଏଭଳି ଦୃଶ୍ୟ ଖୋଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ଅଧିନରେ ଥିବା ଡିଆ ପଂଚାୟତ ଚିତ୍ରକୂଟ ପାହାଡ ପାଦଦେଶରେ ମା ଭୈରବୀ ଦେବୀ ଙ୍କ ପାଖରେ ଥିବା ଗହିରରେ ଗୁରୁବାର ଦିନ ଭୋରୁ ଦେଖିବାକୁ ମିଳିଛି ।
ଏନେଇ ବିଲ ନଷ୍ଟ ହୋଇଥିବା ଜଣେ ଚାଷୀ ସୂଚନା ଦେଇଛନ୍ତି ଯେ ଝର ନିକଟ ଚିତ୍ରକୂଟ ପାହାଡରୁ ପଲ୍ଲେ ହାତୀ ଆସି ଆମେ ତଳି ପକାଇଥିବା ବିଲରେ ପଶି ତାକୁ ଦଳା ଚକଟାକରି ନଷ୍ଟ କରିଦେଇଚନ୍ତି । ଆଜି ସକାଳୁ ଆମେ ରୋଇବାକୁ ବିଲକୁ ଗଲାବେଳକୁ ଏହିଦୃଶ୍ୟ ଦେଖିଲୁ । ପ୍ରଶନ୍ତ ପ୍ରଧାନ,ମାନସ ପ୍ରଧାନ,ଭିମସେନ ବେହେରା,ପ୍ରମୋଦ ସେଠୀ,ଓ ସର୍ବେଶ୍ୱର ପାଇକରାୟ ପ୍ରମୁଖ ଚାଷୀ ମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ଗୋଇଛନ୍ତ ।ଆମେ କୈଣସି ଅଧିକାରୀଙ୍କୁ ଜଣାଇନୁ ଶୁକ୍ରବାର ଦିନ ଜଣାଇବୁ ବୋଲି ସୂଚନା ଦେଇଛନ୍ତି ।