ନୂଆଦିଲ୍ଲୀ : ଅକ୍ଟୋବର ୭ତାରିଖ ଇସ୍ରାଏଲ ପାଇଁ ଗୋଟିଏ ଭୟଙ୍କର ଦିନ ଥିଲା l ଏହିଦିନ ହମାସ ର ଆକ୍ରମଣ ରେ ରକ୍ତରଞ୍ଜିତ ହୋଇଥିଲା ଇସ୍ରାଏଲ l ଇସ୍ରାଏଲ ରେ ଗୋଟିଏ ମ୍ୟୁଜିକ କନସଣ୍ଟ ଚାଲିଥିବା ସମୟରେ ହମାସ ପକ୍ଷରୁ ଗୁଳି ଚଳାଇ ଆକ୍ରମଣ କରାଯାଇଥିଲା l ଏହି ଆକ୍ରମଣ ରେ ଅନେକ ଇସ୍ରାଏଲ ଜନସାଧାରଣ ମୃତ୍ୟୁ ବରଣ କରିବା ସହିତ ଅନେକ ଅପହୃତ ମଧ୍ୟ ହୋଇଥିଲେ l ହଁ ଆଜ୍ଞା ଏହି ଦୃଶ୍ୟ ଥିଲା ଖୁବ ହୃଦୟ ବିଦାରକ l ଏହାପରେ ଇସ୍ରାଏଲ ପକ୍ଷରୁ କରାଯାଇଥିଲା ପଲଟା ଆକ୍ରମଣ ଏବଂ ବର୍ତମାନ ପାଲେଷ୍ଟାଇନ ଆତଙ୍କବାଦୀ ଓ ଇସ୍ରାଏଲ ମଧ୍ୟରେ l
କିନ୍ତୁ ଏହି ଭାଷଣ ଯୁଦ୍ଧ ମଧ୍ୟରେ ଗୁଜୁରାଟ ର ଦୁଇଝିଅ ଚର୍ଚା ସାଉଁଟିଛନ୍ତି l ଏହି ଦୁଇଝିଅ ମଧ୍ୟ ହମାସ ବିରୁଦ୍ଧରେ ଅସ୍ତ୍ର ଉଠାଇଛନ୍ତି l ଏହି ଦୁଇଝିଅ ଗୁଜୁରାଟ ଜୁନାଗଡ଼ ର ଅଟନ୍ତି ଓ ବର୍ତମାନ ଇସ୍ରାଏଲ ରେ ଖୁବ ଚର୍ଚାର ବିଷୟ ପାଲଟିଛନ୍ତି l
ଏହି ଦୁଇଝିଅ ହେଉଛନ୍ତି ନିସ୍ତା ଓ ରିୟା, l ଏହି ଦୁଇ ଝିଅଙ୍କ ପିତା ଜିବାଭାଇ ମୂଲିଆସିୟା ଓ ଶବଦାସଭାଇ ମୂଲିଆସିୟା ଜୁନାଗଡ଼ ର ମନାବଦାର ର ଅଟନ୍ତି l ଉଭୟଙ୍କ ପରିବାର ଅନେକ ବର୍ଷ ପୂର୍ବରୁ ଇସ୍ରାଏଲ ଚାଲି ଯାଇଥିଲେ ଏବଂ ଇସ୍ରାଏଲ ର ନାଗରିକତ୍ବ ଗ୍ରହଣ କରିଥିଲେ l ଉଭୟ ଝିଅଙ୍କ ଇସ୍ରାଏଲ ପାଇଁ ନିଜର ସେବା ଭାବ ରେ କର୍ତବ୍ୟ ପାଳନ କରୁଛନ୍ତି l ଜିବାଭାଇ ଓ ଶବଦାସଭାଇ ଉଭୟ ଗୋଟିଏ ବଂଶର ୨ଭାଇ ଅଟନ୍ତି l ଜିବାଭାଇ ମୂଲିଆସିୟା ନିସ୍ତା ଙ୍କ ପିତା ଅଟନ୍ତି , ମିଳିଥିବା ସୂଚନା ଅନୁସାରେ ସେ କହିଛନ୍ତି ଯେ ନିସ୍ତା ୧୮ ବର୍ଷରୁ ଉର୍ଧ୍ଵ ମିଲିଟାରୀ ଆଇଡିଏଫ ରେ ଶାମିଲ ହୋଇଛନ୍ତି l
ଜିବାଭାଇ ମୂଲିଆସିୟା ଏହା ମଧ୍ୟ କହିଛନ୍ତି ଯେ ଇସ୍ରାଏଲ ର ଶିକ୍ଷା ବ୍ୟବସ୍ଥା ପିଲା ମାନଙ୍କ ମଧ୍ୟରେ ନେତୃତ୍ୱ ଗୁଣ ଭରିଥାଏ l ନିସ୍ତା ଗତ ୨ ବର୍ଷ ହେଲାଣି ଲେବାନନ, ସିରିଆ , ଯୋଡ଼ାନ , ମିଶର ପ୍ରଭୃତି ଦେଶର ସୀମାରେ ମୁତୟନ ହୋଇଥିଲେ l ନିସ୍ତା ଗସ ଡେନ ରେ ମଧ୍ୟ ମୁତୟନ ହୋଇଥିଲେ l ଏହା ସେହି ସ୍ଥାନ ଯେଉଁଠୁ ୨୦୨୧ ରେ ଗାଯା ଉପରେ ଆକ୍ରମଣ କରାଯାଇ ଥିଲା l ଇସ୍ରାଏଲ ରେ ଅନେକ ମାତ୍ରାରେ ଗୁଜୁରାଟି ସମ୍ପ୍ରଦାୟ ବସବାସ କରିଛନ୍ତି l ସେମାନେ ଭାରତରୁ ଯାଇ ସେଠାରେ ବିଭିନ୍ନ ବ୍ୟବସାୟ କରି ଜୀବନ ଅତିବାହିତ କରୁଛନ୍ତି l
ଇସ୍ରାଏଲ ରେ ଏଭଳି ନିୟମ ରହିଛି ଯେ ଉଭୟ ପୁରୁଷ ଓ ମହିଳା ଅତି କମ ରେ ୨୪-୩୨ ମାସ ସେନା ରେ ଯୋଗ ଦେବା ଅନିର୍ବାଜ୍ୟ ଅଟେ l ନିସ୍ତା ଙ୍କ ସମ୍ପର୍କୀୟ ଭଉଣୀ ବର୍ତମାନ ଟ୍ରେନିଂ ରେ ରହିଛନ୍ତି ଓ ଆଗକୁ ସେ ସେନାରେ ଯୋଗ ଦେବେ l