Odisha news

ରାଜ୍ୟ ଆଇପିଏସ ଓ ଓପିଏସ ଅଧିକାରୀ ସ୍ତରରେ ଛୋଟ ଧରଣର ଅଦଳବଦଳ

0

ଭୁବନେଶ୍ୱର:ରାଜ୍ୟର ଆଇପିଏସ ଓ ଓପିଏସ ଅଧିକାରୀ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ଏ ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଆଇପିଏସ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସର ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ସତୀଶ କୁମାର ଗଜଭିୟେଙ୍କୁ ଟ୍ରାଫିକ୍ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ କରାଯାଇଛି । ମନୋଜ ମହନ୍ତ ଦେବଗଡର ଏସପି ହୋଇଛନ୍ତି ।

ଓଏପିଏସ ବିଜୟ ସାହୁଙ୍କୁ ସପ୍ତମ ବାଟାଲିଅନର କମାଣ୍ଡାଣ୍ଟ ଭାବେ ଗୁରୁଦାୟିତ୍ୱ ଦିଆଯାଇଛି ।

Leave A Reply