Odisha news

ସଂକୁଚିତ ଆୟୋଜନ ମଧ୍ୟରେ ପାଳିତ ହେବ ବେତନଟୀ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ : ପରେଡ ଓ ଅନ୍ୟାନ ବ୍ୟବସ୍ଥା ନଥିବାରୁ ରାଜ୍ୟ ରାଜପଥ ପାଶ୍ୱର୍କୁ ଘୁଞ୍ଚିଲା ମଞ୍ଚ

0

ବେତନଟୀ  : କରୋନା ପ୍ରତିବନ୍ଧକ ପାଇଁ ଆସନ୍ତାକାଲି ସଂକୁଚିତ ଆୟୋଜନ ମଧ୍ୟରେ ବେତନଟୀ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ । ବେତନଟୀ ଜାତୀୟ ଦିବସ ପାଳନ କମିଟୀର ସଭାପତି ଜୟନ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି କାର୍ଯକ୍ରମରେ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନାଥ, କୋଷାଧ୍ୟକ୍ଷ ଅନୁପ ଦଣ୍ଡପାଟ ଓ ଅନ୍ୟମାନେ ଯୋଗ ଦେଇ ଏହି ନିଷ୍ପତ୍ତି ନେଇ ଥିବାର ଜଣା ପଡିଛି । ସ୍ଥାନୀୟ ଜନସାଧାରଣ, ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ବ୍ଲକ ପ୍ରଶାସନର ମିଳିତ ସହଯୋଗରେ ହୋଇ ଆସୁଥିବା ଜାତୀୟ ଦିବସ ପାଳନରେ ବାଳକ ଓ ବାଳିକା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ସଂସ୍ଥା ଓ ଅନ୍ୟାନ ମିଶି ଅନ୍ୟୁତ ୨୩ଟି ପରେଡ ଟ୍ରୁପ ପରେଡରେ ଭାଗ ନେଇ ଥାଆନ୍ତି ।

ଏହା ଛଡା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ସେମାନଙ୍କୁ ସ୍ୱାଧୀନତା ଦିବସ ପାଳନ ମଞ୍ଚରେ ପୁରସ୍କାର ପ୍ରଦାନ କରା ଯାଇ ଥାଏ । କିନ୍ତୁ ଏଥର ପରେଡ ଓ ପ୍ରତିଯୋଗିତା ଉଭୟକୁ ବାତିଲ କରା ଯାଇଛି । ଆସନ୍ତାକାଲି ବେତନଟୀ ଏମପିସି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆର ପ୍ରାଙ୍ଗଣରେ ବଡସାହି ବିଧାୟକ ସନାତନ ବିଜୁଳି ଜାତୀୟ ପତାକା ଉତ୍ତୋଳନ କରିବେ ବୋଲି ଜଣା ପଡିଛି । ତେବେ ପଡିଆର ଶେଷରେ ବିଶାଳ ମଞ୍ଚ ସହିତ ଜାତୀୟ ପତାକା ଉତ୍ତୋଳନ ପାଇଁ ବିଭିନ୍ନ ସୁନ୍ଦର କାରୁକାର୍ଯ୍ୟମୟ ଆୟୋଜନ କରା ଯାଇ ଥାଏ । ଏଥର କିନ୍ତୁ ସେସବୁ ଚାକଚକ୍ୟ ନାହିଁ । ଜାତୀୟ ପତାକା ମଞ୍ଚକୁ ମଧ୍ୟ ପଡିଆର ପ୍ରାଙ୍ଗଣକୁ ଅଣା ଯାଇ ଥିବାର ଦେଖା ଯାଇଛି

Ad2
Leave A Reply