ରଘୁପୁର ପଞ୍ଚାୟତର ୬ଟି ଗ୍ରାମ ୭୨ ଘଣ୍ଟା ସଟଡାଉନ : ବେତନଟୀ ଗେଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଭିଡ ପରୀକ୍ଷଣ କେନ୍ଦ୍ରରେ ରେକର୍ଡ ନମୁନା
ବେତନଟୀ : ବେତନଟୀ ବ୍ଲକର କରୋନା ସ୍ଥିତି ବିଗିଡିବାରେ ଲାଗିଛି । ଗତକାଲି ଏହି ବ୍ଲକରେ ତିନି ଜଣ ପୋଜିଟିଭ ବାହାରି ଥିଲେ । ଏଥି ମଧ୍ୟରୁ ଦୁଇ ଜଣ ରଘୁପୁର ପଞ୍ଚାୟତର ବୋଲି ଜଣା ପଡିଛି । ଏହି ବ୍ୟକ୍ତି ମାନଙ୍କ ନିକଟରେ କୌଣସି ଲକ୍ଷଣ ନଥିଲେ ସୁଦ୍ଧା ଏମାନଙ୍କ ସ୍ୱାବ ପରୀକ୍ଷା ପରେ ପୋଜିଟିଭ ଫଳାଫଳ ଆସିଛି । ତେଣୁ ଏହି ବ୍ୟକ୍ତି ମାନଙ୍କୁ ବାଙ୍କିଶୋଳ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଛି ।
ଦୁଇ ଜଣ ପୋଜିଟିଭ ବାହାରିବାକୁ ନେଇ ରଘୁପୁର ସରପଞ୍ଚ ଶତ୍ରୁଘ୍ନ ସିଂ ଏହି ପଞ୍ଚାୟତର ୭୨ ଘଣ୍ଟା ପାଇଁ ଦିଗାନଗର, ଖୁଣ୍ଟାପୁର, ପଣସିଆ, ଗୋପାଳପୁର, କୁଜିଗଡି, ରଘୁପୁର ଗ୍ରାମକୁ ସଟଡାଉନ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏହି ନିଦେ୍ର୍ଦଶ ଆଜି ସକାଳ ୭ ଘଟିକା ଠାରୁ ଲାଗୁ ହୋଇ ଥିବାର ଜଣା ପଡିଛି । ଅନ୍ୟ ପକ୍ଷରେ ବେତନଟୀ ବିଡିସ ସ୍ମୃତି ରଞ୍ଜନ ମଲ୍ଲିକଙ୍କ ନିଦେ୍ର୍ଦଶକ୍ରମେ ବେତନଟୀ ଦମକଳ ବାହିନୀ ଦିଗାନଗର, ଖୁଣ୍ଟାପୁର ଓ ପଣସିଆ ତିନୋଟି ଗ୍ରାମକୁ ବିିଶୋଧନ କରି ଥିବାର ଜଣା ପଡିଛି ।
ଅନ୍ୟ ପକ୍ଷରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲି ଥିବା କରୋନା ପରୀକ୍ଷଣ କେନ୍ଦ୍ରରେ ଲୋକ ମାନେ ସ୍ୱତ୍ତ୍ୱପ୍ରବୃତ୍ତ ଭାବରେ ନମୁନା ଦେବା ଏକ ଉସôାହ ଜନକ ପଦକ୍ଷେପ ବୋଲି ଜଣା ପଡିଛି । ଗତ ତିନି ଦିନ ମଧ୍ୟରେ ପ୍ରଥମ ଦିନ ୧୭, ଦ୍ୱିତୀୟ ଦିନ ୧୬୦ ଓ ଆଜି ତୃତୀୟ ଦିନରେ ୧୩୨ଟି ନମୁନା ସଂଗୃହୀତ ହୋଇ ଥିବାର ଜଣା ପଡିଛି ।
ଏଥି ମଧ୍ୟରୁ ମୋଟ ୪ ଜଣ ପୋଜିଟିଭ ମାମଲା ଚିହ୍ନଟ ହୋଇଛନ୍ତି । ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ସିପୁନ ପଣ୍ଡାଙ୍କ ନିଦେ୍ର୍ଦଶରେ ମୋଟିଭେଟର ବିଜୟ ସ୍ୱାଇଁ ଡାକ୍ତରଖାନାକୁ ଆସୁ ଥିବା ଜନ ସାଧାରଣଙ୍କୁ ନିଜର ସ୍ୱାବ ପରୀକ୍ଷା କରାଇ ନେଇ ଚିନ୍ତାମୁକ୍ତ ରହନ୍ତୁ ବୋଲି ବୁଝାସୁଝା କରିବା ହେତୁ ଏହି କାର୍ଯ୍ୟକ୍ରମ ସଫଳତାର ପୂର୍ବକ ଚାଲିଛି । ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କରୋନା ଭାରପ୍ରାପ୍ତ ଡାକ୍ତର ବିବେକାନନ୍ଦ ପଣ୍ଡା, କରୋନା ଏଲଟି ଶୁଭସ୍ମିତା ନାଏକଙ୍କ ତତ୍ତ୍ୱାବଧାନରେ ଏଠାରେ କରୋନା ପରୀକ୍ଷଣ ହେଉ ଥିବାର ଜଣା ପଡିଛି ।
