Odisha news

କଳ୍ପତରୁ ଦାସ ନାସନାଲ ଫାଉଣ୍ଡେସନ ପକ୍ଷରୁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

0

ଧର୍ମଶାଳା : କଳ୍ପତରୁ ଦାସ ନାସନାଲ ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ଧର୍ମଶାଳା ବ୍ଲକରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀଛାତ୍ରଙ୍କୁ ସମ୍ମାନୀତ କରାଯାଇଛି । ଏହି ବ୍ଲକର ଜାରକା ରେନେସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ପି.ଏସ ସୁଚିସ୍ମିତା ଏବଂ କୋତପୁର ବଜ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଅଭିଜିତ ରାଉତଙ୍କୁ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ଫାଉଣ୍ଡେସନର ଶିକ୍ଷା ବିଭାଗର ପରାମର୍ଶଦାତା ତଥା ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ କୁମାର ବେହେରା, ଜେନାପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ସ୍ୱାଇଁ, ସମାଜ କଲ୍ୟାଣର ଉପଦେଷ୍ଟା ସୁଶୀଲ ମହାନ୍ତି, ମୁଖପାତ୍ର ଅମୀୟ କୁମାର ପରିଡା ଏବଂ କେଡିଏମର ଉପଦେଷ୍ଟା ରଶ୍ମିରଂଜନ ରାୟ କୃତୀ ଛାତ୍ରୀଛାତ୍ରଙ୍କ ଘରକୁ ଯାଇ ଟ୍ରଫି, ମାନପତ୍ର ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଅନଲାଇନ ଡିବେଟ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ତରାପୁର ଗ୍ରାମର ମହମ୍ମଦ ଅଲ୍ଲୀଙ୍କୁ ପୁରସ୍କୃତ କରିଥିଲେ । ଏଥିସହ ସେମାନଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତ କାମନା କରିଥିଲେ ।

Ad2
Leave A Reply