ନୂଆଦିଲ୍ଲୀ, ୨।୭ : ଲଦାଖ ସୀମାରେ ଚୀନ୍ ସହ ଭାରତର ଉତ୍ତେଜନା ବୃଦ୍ଧି ପାଉଥିବାରୁ ପ୍ରତିରକ୍ଷା ବିଭାଗକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ୩୮ ହଜାର ୯୦୦ କୋଟି ଟଙ୍କା ବ୍ୟୟରେ ଋଷିଆ ଠାରୁ ୨୧ ମିଗ୍-୨୯ ଯୁଦ୍ଧ ବିମାନ ଓ ୨୨ ସୁଖେଇ ଏମ୍କେଆଇ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଅନୁମୋଦନ ଦିଆଯାଇଛି । ଏହାଛଡା ବର୍ତ୍ତମାନ ଥିବା ୫୯ଟି ମିଗ୍-୨୯ ଏୟାରକ୍ରାପଫର ଅତ୍ୟାଧୁନୀକରଣ କରାଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ଆସିଛି ।