Odisha news

ହାଟଡିହି ବ୍ଲକରୁ ପୁଣି ଦୁଇ କରୋନା ପଜେଟିଭ ଚିହ୍ନଟ

0

ହାଟଡ଼ିହି  : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ପୁଣି ଦୁଇଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଜଣେ ଆଇତିପୁର ପଞ୍ଚାୟତର ହୋଇଥିବାବେଳେ ଆଉ ଜଣେ ହାବଳେଶ୍ୱର ପଞ୍ଚାୟତର । ସୁଚନା ଅନୁଯାଇ ଆଇତିପୁର ପଞ୍ଚାୟତର ଆକ୍ରାନ୍ତ ଜଣକ ରତକଣା ଗ୍ରାମର ଜଣେ ରୋଗୀ । ସେ ଭୁବନେଶ୍ୱର ଏମଏସ ହସପିଟାଲକୁ ନିୟମିତ ଯାଇ ଚିକିତ୍ସିତ ହେଉଥିବାବେଳେ ଗତ ତିନିଦିନ ତଳେ ଯାଇଥିବାବେଳେ ଡାକ୍ତରଖାନା ପକ୍ଷରୁ ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା ।

ଗତକାଲି ତାଙ୍କ ନମୁନା ରିପୋର୍ଟ ପଜେଟିଭ ଆସିବାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଆଜି ଏକ ଡାକ୍ତରୀଦଳ ଦ୍ୱାରା ତାଙ୍କ ସାହିର ୫୫ଜଣଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସେହିପରି ଦ୍ୱିତୀୟ ପଜେଟିଭ ଜଣକ ହାବଳେଶ୍ୱର ପଞ୍ଚାୟତ ଡିମିରିଆ ଗ୍ରାମର । ସେ ଚେନାଇରୁ ଫେରିବାପରେ କ୍ୱାରେଣ୍ଟାଇନରେ ରହିଥିଲେ । ଅସୁସ୍ଥ ହେବାରୁ ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷାପାଇଁ ପଠାଇ ଯାଇଥିଲା । ଆଜି ତାଙ୍କର ରିପୋର୍ଟ ପଜେଟିଭ ଆସିବାପରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ତାଙ୍କୁ କୋଭିଡ-୧୯ ହସପିଟାଲକୁ ପଠାଇ ଦିଆଯାଇଛି

Leave A Reply

Your email address will not be published.