Odisha news

ଓଡ଼ିଶାରେ ପ୍ଲାଜ୍‌ମା ଥେରାପୀ

0

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଲାଗିଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ପ୍ଲାଜ୍‌ମା ଥେରାପୀ ଆରମ୍ଭ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ ପ୍ରମୁଖ ହସ୍ପିଟାଲରେ ଏହା ଆରମ୍ଭ କରାଯିବ । କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ଅଶ୍ୱିନୀ ହସ୍ପିଟାଲ, ଭୁବନେଶ୍ୱରର ସମ୍‌ ଓ କିମ୍ସରେ ଏହି ଚିକିତ୍ସା ବ୍ୟବସ୍ଥା କରାଯିବ । ଏଥିସହ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.