Odisha news

ବ୍ରହ୍ମ ମୁହୂର୍ତ୍ତରୁ ପତି-ପତ୍ନୀ କଦାପି କରନ୍ତୁ ନାହିଁ ଏହିସବୁ କାମ, କରିବା ଦ୍ୱାରା ଜୀବନ ରେ ଲାଗି ରହିଥାଏ ଅସୁବିଧା

0
ହିନ୍ଦୁ ଧର୍ମରେ ବେଦ କୁ ଖୁବ ଗୁରୁତ୍ୱ ଦିଆଯାଇ ଥାଏ l ଋଗ୍ ବେଦ ରେ କୁହାଯାଇଛି ଯେ ସୂର୍ଯ୍ୟଦୋୟ ପୂର୍ବରୁ ଉଠିବା ସ୍ୱାସ୍ଥ୍ୟ ପକ୍ଷରେ ଖୁବ ହିତକର l ତେଣୁ ଯେଉଁମାନେ ଜ୍ଞାନୀ ତେବେ ସେମାନେ ଏହି ସମୟକୁ କଦାପି ବ୍ୟର୍ଥ ହେବାକୁ ଦିଅନ୍ତି ନାହିଁ l ବ୍ରାହ୍ମମୁହୂର୍ତ୍ତର ଧାର୍ମିକ, ଅଧ୍ୟାତ୍ମ, ମାନସିକ ଏବଂ ଶାରୀରିକ ସମସ୍ତ ଦୃଷ୍ଟିରୁ ଖୁବ ମହତ୍ୱ ପୁର୍ଣ ବୋଲି କୁହାଯାଇ ଥାଏ l ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ ବ୍ରହ୍ମମୁହୂର୍ତ୍ତ ରେ କରିବା ଉଚିତ ନୁହେଁ l ଆୟୁର୍ବେଦ ଅନୁସାରେ ବ୍ରହ୍ମମୁହୂର୍ତ୍ତ ସମୟ ରାତ୍ରିର ଅନ୍ତିମ ପ୍ରହର ପରେ ଓ ସୂର୍ଯ୍ୟୋଦୟ ପୂର୍ବର ସମୟ ଅଟେ l ଯେପରିକି ଭୋର ୪ଟା ରୁ ୫ଟା ୩୦ ପର୍ଯ୍ୟନ୍ତ ସମୟ ଅଟେ l
* କିଛି ଲୋକ ଏଭଳି ମଧ୍ୟ ଥାଆନ୍ତି ଯିଏକି ଉଠିବା ମାତ୍ରକେ କିଛିଟା ଖାଇବାକୁ କିମ୍ବା ପିଇବାକୁ ଖୋଜି ଥାଆନ୍ତି l କିନ୍ତୁ ଏହା ଠିକ ନୁହେଁ, ଆପଣ ଉଠିବା ମାତ୍ରକେ ଖାଇବା ଖୋଜିବା କିମ୍ବା ପିଇବାକୁ ଖୋଜିବା ଉଚିତ ନୁହେଁ , ଏହାଦ୍ୱାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ l
* ବ୍ରହ୍ମମୁହୂର୍ତ୍ତ ଈଶ୍ୱରଙ୍କୁ ପୂଜା କରିବା ଓ ଈଶ୍ୱର ଚିନ୍ତା କରିବାର ସମୟ ଅଟେ, ଏହି ସମୟ ଖୁବ ପବିତ୍ର ସମୟ ଭାବରେ ଗ୍ରହଣ କରାଯାଇ ଥାଏ l ତେଣୁ ଭୁଲ ରେ ସୁଦ୍ଧା ଏହି ସମୟରେ ପ୍ରଣୟ ସମ୍ବନ୍ଧ ରଖିବା ଠିକ ନୁହେଁ l
* ବ୍ରହ୍ମମୁହୂର୍ତ୍ତ ରେ ବ୍ୟକ୍ତିର ମସ୍ତିଷ୍କ ଜାଗ୍ରତ ରହିଥାଏ l ଏହି ସମୟରେ ଜୀବନ ର ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବା ଆବଶ୍ୟକ l ତେଣୁ ଏହି ସମୟରେ କଦାପି ନକାରାତ୍ମକ ଭାବନା ଆଣନ୍ତୁ ନାହିଁ l
* ଆୟୁର୍ବେଦ ଅନୁସାରେ ବ୍ରହ୍ମମୁହୂର୍ତ୍ତ ସମୟ ରାତ୍ରିର ଅନ୍ତିମ ପ୍ରହର ପରେ ଓ ସୂର୍ଯ୍ୟୋଦୟ ପୂର୍ବର ସମୟ ଅଟେ l ତେଣୁ ଏହି ସମୟରେ ଉଠିବା ଦ୍ୱାରା ଶରୀର ପାଇଁ ଖୁବ୍ବ ହିତକର ହୋଇଥାଏ l
* ହିନ୍ଦୁ ଧର୍ମରେ ବ୍ରହ୍ମମୁହୂର୍ତ୍ତ କୁ ସବୁଠୁ ଭଲ ସମୟ ବୋଲି ଗଣନା କରାଯାଇ ଥାଏ, ଏହି ସମୟରେ କରାଯାଇ ଥିବା ଈଶ୍ୱର ପୂଜା ଫଳ ଦାୟୀ ହୋଇଥାଏ l ତେଣୁ ଏହି ସମୟରେ କଳି ଝଗଡା ଓ କଳହ ଇତ୍ୟାଦି କରିବା ଉଚିତ ନୁହେଁ l
* ଧାର୍ମିକ ମାନ୍ୟତା ଅନୁସାରେ ଏହି ସମୟରେ ଦେବତା ଓ ପିତୃ ପୁରୁଷ ଆମ ଘରକୁ ଆସି ଥାଆନ୍ତି, ଯାହାଦ୍ୱାରା ଆମ ଘରର ଉନ୍ନତି ହୋଇଥାଏ l ତେଣୁ ଏହି ସମୟରେ ଶଯ୍ୟା ତ୍ୟାଗ କରିବା ନିହାତି ଜରୁରୀ ଅଟେ l
Leave A Reply