ଆୟୁର୍ବେଦ ଅନୁସାରେ ଜୁଆଣି ଗୋଟିଏ ଏଭଳି ମସଲା ଯାହାକି ଔଷଧୀୟ ଗୁଣରେ ଭରପୁର ହୋଇଥାଏ l ଏହା ପ୍ରାୟତଃ ସମସ୍ତ ରୋଷେଇ ଘରେ ଖୁବ ସହଜରେ ମିଳି ଯାଇଥାଏ l ଆମେ ଯୁଆଣି ର ବ୍ୟବହାର ଅନେକ ପ୍ରକର ତରକାରୀ ରେ ମଧ୍ୟ କରିଥାଉ l ଯୁଆଣି ଖାଦ୍ୟ ହଜମ କରିବାରେ ବିଶେଷ ଭାବରେ ସାହାଯ୍ୟ କରିଥାଏ l କିନ୍ତୁ ଆୟୁର୍ବେଦ ରେ ଯୁଆଣି ପାଣି ଓ ଲେମ୍ବୁ ରସକୁ ପେଟରେ ଚର୍ବି ହ୍ରାସ ସହିତ ଅନେକ ସ୍ୱାସ୍ଥ୍ୟଗତ ଲାଭ ପାଇଁ ବ୍ୟବହାର ହୋଇଥାଏ ବୋଲି କୁହାଯାଇଛି l
* ଯୁଆଣି ଓ ଲେମ୍ବୁ ପାଣି ପାଚନ ପ୍ରକ୍ରିୟାକୁ ସୁଧାରିବା ରେ ସାହାଯ୍ୟ କରିଥାଏ l ଏହା ଆମ ବାୟୁ ସମସ୍ୟାକୁ ସୁଧାରିବାରେ ମଧ୍ୟ ସାହାଯ୍ୟ କରିଥାଏ l
* ଯୁଆଣି ରେ ଫାଇବର ଓ ଲେମ୍ବୁ ରେ ଭିଟାମିନ ସି ରହିଛି, ତେଣୁ ଏହି ୨ଟି ଜିନିଷ କୁ ମିଳିତ ଭାବରେ ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ l
* ଲେମ୍ବୁ ରସ ଭିଟାମିନ ସି ର ଗୋଟିଏ ଭଲ ସ୍ରୋତ ଅଟେ, ଯାହାକି ସ୍କିନ କୁ ଉଜ୍ଜଳ ରଖିବାରେ ସାହାଯ୍ୟ କରିଥାଏ , ଏହାଛଡା ଜୁଆଣି ରେ ରହିଥିବା ଆଣ୍ଟି ଅକ୍ସିଡେଣ୍ଟ ସେବନ କଲେ ସ୍କିନ ଚିକଣ ହୋଇଥାଏ ଓ ତ୍ୱଚା ଫ୍ରି ରେଡ଼ିକୁଲସ ରୁ ରକ୍ଷା ପାଇଥାଏ l
* ଲେମ୍ବୁ ର୍ସ ଶରୀର କୁ ଏନର୍ଜି ଦେଇଥାଏ ଓ ଆମର ଇମ୍ୟୁନ ସିଷ୍ଟମ କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ l
* ଜୁଆଣି ପାଣି ଗ୍ୟାସ ଏସିଡ଼ିଟି ସମସ୍ୟା ଦୂର କରି ଆମର ପାଚନ ତନ୍ତ୍ରକୁ ମଜବୁତ କରିଥାଏ l ଯୁଆଣି ଓ ଲେମ୍ବୁ ରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ତତ୍ୱ ଆମ ସ୍ୱାସ୍ଥ୍ୟ କୁ ଠିକ ରଖିବାରେ ସାହାଯ୍ୟ କରିଥାଏ l
* ଲେମ୍ବୁ ରସ ଆମର ଶରୀର ର ବ୍ୟାଡ଼ ଟକ୍ସିନ କୁ ବାହାର କରିବାରେ ସାହାଯ୍ୟ କରିଥାଏ l ତେଣୁ ନିୟମିତ ସକାଳୁ ଗୋଟିଏ ଗ୍ଲାସ ଯୁଆଣି ପାଣିରେ ଗୋଟିଏ ଚାମଚ ଲେମ୍ବୁ ର୍ସ ମିଶାଇ ସେବନ କରନ୍ତୁ l
