Odisha news

ଅଧୁଆ ମୁହଁରେ ପିଅନ୍ତୁ ଉଷୁମ ପାଣି

0

ଉଷୁମ ପାଣିର ଉପକାରିତା ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି । ସକାଳୁ ଉଠି ଅଧୁଆ ମୁହଁରେ ଉଷୁମ ପାଣି ପିଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ ।
. ଅଧୁଆ ମୁହଁରେ ଉଷୁମ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ, ପେଟ ଗୋଳମାଳରୁ ମଧ୍ୟ ରକ୍ଷା ମିଳିଥାଏ ।
ନ ଶରୀରରୁ ଚର୍ବି କମାଇବାରେ ଏହା ସାହାଯ୍ୟ କରିଥାଏ । ରକ୍ତଚାପ ସମସ୍ୟା ଥିଲେ ସକାଳୁ ଉଠି ଉଷୁମ ପାଣି ପିଇବା ଉଚିତ । ଆରାମ ମିଳିବା ସହ ଠିକ୍‌ଭାବେ ରକ୍ତ ସଞ୍ଚାଳନ ହେବ ।
. ବିଶେଷକରି ଶୀତ ଋତୁରେ ଆଣ୍ଠୁଗଣ୍ଠି ଦରଜ ହେଲେ ନିୟମିତ ଉଷୁମ ପାଣି ପିଇବା ଉଚିତ । ଗଳା ଦରଜ ଓ ତ୍ୱଚାରୁ ବ୍ରଣ ହଟାଇବାରେ ଉଷୁମ ପାଣିର ଭୂମିକା
ଗୁରୁତ୍ୱପୂର୍ଣ୍ଣ ।
. ଉଷୁମ ପାଣି ଶରୀର ମଧ୍ୟରେ ଥିବା ଦୂଷିତ ତତ୍ତ୍ୱକୁ ବାହାର କରିଥାଏ । ଏହାଦ୍ୱାରା
ତ୍ୱଚାରେ ଚମକ ଆସିଥାଏ । କେଶ ମଧ୍ୟ ମଜଭୁତ ହୋଇଥାଏ ।

Leave A Reply