Odisha news

ସୁପରହିରୋ ହେବାକୁ ଚାହୁଁଛନ୍ତି ତାପସୀ

0

ତାପସୀ ପନ୍ନୁଙ୍କ ଫିଲ୍ମ କ୍ୟାରିୟର୍‌୧୦ ବର୍ଷ ପୂରା ହୋଇଗଲାଣି । ସେ ୨୦୧୦ରେ ତେଲୁଗୁ ଫିଲ୍ମରୁ ଡେବୁ୍ୟ କରିଥିଲେ । ୧୦ଟି ସାଉଥ୍‌ ଫିଲ୍ମ କରିବା ପରେ ଡେଭିଡ୍‌ ଧୱନ ନିର୍ଦ୍ଦେଶିତ ‘ଚଷମେ ବଟୁର’ରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ନିଜ ଚରିତ୍ର ମାଧ୍ୟମରେ ତାପସୀ ଏବେ ଦର୍ଶକଙ୍କ ସହ ସମୀକ୍ଷକଙ୍କୁ ମଧ୍ୟ ଇମ୍ପ୍ରେଶ୍‌ କରିଛନ୍ତି । ବଲିଉଡ୍‌ରେ ସ୍ଥାପିତ ହୋଇଥିଲେ ମଧ୍ୟ ବର୍ଷକୁ ଅତିକମ୍‌ରେ ଗୋଟିଏ ସାଉଥ୍‌ ଫିଲ୍ମରେ କାମ କରୁଛନ୍ତି । ସେ କହିଛନ୍ତି ସାଉଥ୍‌ ଫିଲ୍ମ ବଲିଉଡ୍‌କୁ ଆସିବାର ମାଧ୍ୟମ ନୁହେଁ । ସାଉଥ୍‌ ଫିଲ୍ମରେ ଅଭିନୟର ମୂଳଦୁଆ ଶିଖିଛନ୍ତି । ୨୦୨୦ରେ ତାଙ୍କର ୪ଟି ଫିଲ୍ମ ରିଲିଜ୍‌ ହେବ । ତାପସୀ ଏବେ ସୁଦ୍ଧା ଥ୍ରୀଲର୍‌, ଡ୍ରାମା, ଆକ୍ସନ୍‌, ସ୍ପୋର୍ଟ୍ସ, ରୋମାଣ୍ଟିକ୍‌, କମେଡ଼ି ଓ ବାୟୋପିକ୍‌ରେ କାମ କରିସାରିଛନ୍ତି । ନିକଟରେ ତାଙ୍କୁ ଏକ ସାକ୍ଷାତକାରରେ ପଚରାଯାଇଥିଲା ଏବେ କି ପ୍ରକାର ଭୂମିକା ନିଭାଇବାକୁ ଚାହୁଁଛ ? ତାପସୀ ଉତ୍ତର ଦେଇଥିଲେ, ‘ମୁଁ ଭାରତୀୟ ସୁପରହିରୋ ହେବାକୁ ଚାହୁଁଛି । ଆଜି ପର୍ଯ୍ୟନ୍ତ ଏପରି ସୁଯୋଗ ମିଳିନାହିଁ’ । ଏବର୍ଷ ସର୍ବପ୍ରଥମେ ଅନୁଭବ ସିହ୍ନା ନିର୍ଦ୍ଦେଶିତ ତାପସୀଙ୍କ ଫିଲ୍ମ ‘ଥªଡ଼’ ରିଲିଜ୍‌ ହେବ । ପରେ ‘ହସୀନ ଦିଲରୁବା’, ‘ରଶ୍ମି ରକେଟ୍‌’ ଭାରତୀୟ ମହିଳା କ୍ରିକେଟର୍‌ ମିତାଲି ରାଜ୍‌ଙ୍କ ବାୟୋପିକ୍‌ ରିଲିଜ୍‌ ହେବ । ଏଥି ସହ ସାଉଥ୍‌ର ଏକ ଥ୍ରୀଲର୍‌ ଫିଲ୍ମରେ ମଧ୍ୟ କାମ କରୁଛନ୍ତି ।

Leave A Reply