Odisha news

‘ଉଦ୍ଧବ ଯେ କୌଣସି ମୁହୂର୍ତ୍ତରେ ଇସ୍ତଫା ଦେଇ ପାରନ୍ତି’

0

ମୁମ୍ବାଇ: କଂଗ୍ରେସର ପୂର୍ବତନ ମହାରାଷ୍ଟ୍ର ସାଂସଦ ଯଶବନ୍ତ ରାଓ ଗଡ଼ଖା ଆଜି ନିଜ ଦଳ ଓ ଏନସିପି ପାଇଁ ଆଗୁଆ ସତର୍କ ସୂଚନା ଜାରି କରିଛନ୍ତି। ମହାରାଷ୍ଟ୍ରରରେ କଂଗ୍ରେସ-ଏନସିପି ଓ ଶିବସେନା ମିଳିତ ଭାବେ ସରକାର ଗଠନ କରିଛନ୍ତି। ୩ ଦଳ ମଧ୍ୟରେ ଆଦର୍ଶଗତ ଭେଦଭାବ ଥିବାରୁ କେଉଁ ମୁହୂର୍ତ୍ତରେ ସରକାର ଭାଙ୍ଗିବାର ଆଶଙ୍କା ରହିଥିବା ରାଜନୀତିକ ପଣ୍ଡିତମାନେ କହିଛନ୍ତି। ଆଜି ଯଶବନ୍ତରାଓ କହିଛନ୍ତି, “ସରକାରରେ ସାମିଲ ଥିବା ୩ ଦଳ ଠିକ୍‌ ଭାବେ ପରସ୍ପରକୁ ବ୍ୟବହାର କରନ୍ତୁ। ନଚେତ ଉଦ୍ଧବ ଠାକରେ ଯେଉଁଭଳି ଲୋକ ସେ ଯେ କୌଣସି ମୁହୂର୍ତ୍ତରେ ବି ଇସ୍ତଫା ଦେଇଦେବେ।

ଉଦ୍ଧବ ଜଣେ ନିୟମିତ ରାଜନେତା ନୁହନ୍ତି। ଜଣେ ଆର୍ଟିଷ୍ଟ ଭଳି ମାନସିକତା ତାଙ୍କର ରହିଛି। ତେଣୁ ମହାବିକାଶ ଅଘାଡ଼ିରେ ଥିବା ସଦସ୍ୟମାନେ ବିଭାଗ ବଣ୍ଟନ ଓ ମନ୍ତ୍ରୀ ହେବା ପାଇଁ ଜିଦ କରନ୍ତୁ ନାହିଁ।”

ଉଦ୍ଧବ ଠାକରେ ନିକଟରେ ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଥିଲେ। ଏହି ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀକୁ ମିଶାଇ ୪୩ ଜଣ ସଦସ୍ୟ ରହିଛନ୍ତି। ହେଲେ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ଏକାଧିକ କଂଗ୍ରେସ ଓ ଏନସିପି ବିଧାୟକ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏଭଳି ବିବାଦ ମଧ୍ୟରେ ଯଶବନ୍ତରାଓ ମୁହଁ ଖୋଲିଛନ୍ତି।

Leave A Reply