Odisha news

ହୋମିଓପାଥିକ ଡାକ୍ତର ମାନଙ୍କ ମୂଳପଦବୀକୁ ବର୍ଦ୍ଧିତ ଏବଂ ଅବସର ବୟସ ସୀମାବୃଦ୍ଧି ପାଇଁ ଦାବୀ

0

ଅନୁଗୁଳ: ହୋମିଓପାଥିକ ଡାକ୍ତର ମାନଙ୍କ ମୂଳ ପଦବୀକୁ ବର୍ଦ୍ଧିତ କରାଯାଇ କନିଷ୍ଠ ପ୍ରଥମ ଶ୍ରେଣୀ କରାଯିବା ଏବଂ ଅବସର ବୟସ ସୀମା ୬୦ରୁ ୬୫ବର୍ଷକୁ ବୃଦ୍ଧି କରିବା ପାଇଁ ହୋମିଓପାଥିକ ଚିକିତ୍ସକ ସଂଘ ପକ୍ଷରୁ ଦାବୀ କରାଯାଇଛି । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ,
ଓଡ଼ିଶା ସରକାରୀ ହୋମିଓପାଥିକ ଚିକିତ୍ସକ ସଂଘର ବିଭିନ୍ନ ଦାବୀର ଆଶୁ ସମାଧାନ ପାଇଁ ଇତି ମଧ୍ୟରେ ତା:୨୮/୦୮/୨୦୧୮ ରେ ତକ୍ରାଳ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏବଂ ତା: ୦୩/୦୮/୨୦୧୯ ରେ ବର୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଦୁଇ ଥର ବିଭାଗୀୟ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ସାରିଛି ଏବଂ ଉକ୍ତ ବୈଠକରେ ହୋମିଓପାଥିକ ଚିକିତ୍ସକ ସଂଘର ମୁଖ୍ୟ ଦୁଇଟି ଦାବୀ ପ୍ରତି ସମ୍ବେଦନତା ପ୍ରକାଶ ପୂର୍ବକ ଆୟୁଷ ନିଦେ୍ର୍ଦଶକଙ୍କ ମତାମତ ଲେହଶଯାଇଥିଲା । ଆୟୁଷ ନିଦେ୍ର୍ଦଶକ ଇତି ମଧ୍ୟରେ ତାଙ୍କ ପତ୍ର ସଂଖ୍ୟା ୨୮୮/ଡିଏ-୦୯/୦୧/୨୦୧୯ ଏବଂ ପତ୍ରସଂଖ୍ୟା ୭୩୧୯/୦୭/୦୮/୨୦୧୯ ରେ ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର ମାନଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀର ମାନ୍ୟତା ପାଇଁ ଏବଂ ଅବସର ବୟସ ସୀମାକୁ ୬୨ ବର୍ଷକୁ ବୃଦ୍ଧି ପାଇଁ ସରକାରଙ୍କୁ ତାଙ୍କର ମତାମତ ଦେଇ ସାରିଛନ୍ତି । କିନ୍ତୁ ପରିତାପର ବିଷୟ ଯେ, ସରକାରଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ ଏହା ଉପରେ କୋ÷ଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ରାଜ୍ୟ ସରକାର ନିକଟରେ ଏମ୍ ବି ବି ଏସ୍ ଡାକ୍ତରଙ୍କ ଅବସର ବୟସ ସୀମାକୁ ୬୨ରୁ ୬୫ ବର୍ଷକୁ ବୃଦ୍ଧି କରିଛନ୍ତି । ଏହା ବ୍ୟତୀତ ତାଙ୍କ ପାଇଁ ଡାଇରେକ୍ଟଏସିଓର୍ଡ କ୍ୟାରିୟର ପ୍ରୋଗ୍ରେସନ (ଡି ଏ ସି ପି) କୁ ମଧ୍ୟ ଲାଗୁ କରିଛନ୍ତି ।

ବର୍ତମାନ କୋଭିଡ୍-୧୯ ପାନଡେମିକ୍ ସମୟରେ ରାଜ୍ୟ ସରକାର ହୋମିଓପାଥିକ ଏବଂ ଆୟୁର୍ବେଦିକ ଡାକ୍ତର ମାନଙ୍କୁ କୋଭିଡ୍ କେୟାର କେନ୍ଦ୍ର ଓ କୋଭିଡ୍ ଚିକିତ୍ସାଳୟ ଗୁଡିକରେ ନିଯୁକ୍ତ କରିଛନ୍ତି । କେନ୍ଦ୍ର ସରକାରଙ୍କ କୋଭିଡ୍-୧୯ ଚିକିତ୍ସା ନିୟମ ଅନୁସାରେ କୋଭିଡ୍ କେୟାର କେନ୍ଦ୍ର ଗୁଡିକ ହୋମିଓପାଥିକ ଏବଂ ଆୟୁର୍ବେଦିକ ଡାକ୍ତର ମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ହୋମିଓପାଥିକ ଓ ଆୟୁର୍ବେଦିକ ଡାକ୍ତର ମାନେ କୋଭିଡ୍-୧୯ ସଂକ୍ରମଣକୁ ଭୟ ନ କରି ନିଷ୍ଠାପର ଭାବେ କାର୍ଯ୍ୟ କରି ଆସୁଛନ୍ତି । ଇତି ମଧ୍ୟରେ ଗଂଜାମ ଜିଲ୍ଲାକୁ ୧୦୦ ହୋମିଓପାଥିକ ଓ ଆୟୁର୍ବେଦିକ ଡାକ୍ତରଙ୍କୁ କୋଭିଡ୍-୧୯ ର ସଫଳ ମୁକାବିଲା ପାଇଁ ପଠାଯାଇଛି ଏବଂ ସେମାନେ ନିଷ୍ଠାର ସହ କାମ ମଧ୍ୟ କରୁଛନ୍ତି ।

ମାତ୍ର ରାଜ୍ୟ ସରକାର ଏହି ଡାକ୍ତର ମାନଙ୍କ ନ୍ୟାର୍ଯ୍ୟଦାବୀ ପ୍ରତି ସମ୍ବେଦନଶୀଳ ନ ହୋଇ ତେଲିଆ ମୁଣ୍ଡରେ ତେଲ ଉକ୍ତି କାର୍ଯ୍ୟ କରି ଚାଲିଛନ୍ତି । ଏହି ପରିସ୍ଥିତିରେ ରାଜ୍ୟ ହୋମିଓପାଥିକ ସରକାରୀ ସେବା ସଂଘର ସଭାପତି ଡା.ଗୋପାଳ ଚନ୍ଦ୍ର ବେହେରା ସଂଘର ଦୁଇ ମୁଖ୍ୟ ଦାବୀପତ୍ର ସଂଖ୍ୟା-୪୭ ତା: ୨୭/୦୭/୨୦୨୦ ରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହୋମିଓପାଥିକ ଡାକ୍ତର ମାନଙ୍କ ମୂଳ ପଦବୀକୁ ବର୍ଦ୍ଧିତ କରାଯାଇ କନିଷ୍ଠ ପ୍ରଥମ ଶ୍ରେଣୀ କରାଯିବା ଓ ଅବସର ବୟସ ସୀମା ୬୦ରୁ ୬୫କୁ ବୃଦ୍ଧି କରିବା, ସଂଘର ଏହି ଦୁଇ ମୁଖ୍ୟ ଦାବୀ ପ୍ରତି ସମ୍ବେଦନଶୀଳ ହୋଇ ହୋମିଓପାଥିକ ଡାକ୍ତର ମାନଙ୍କ ମନୋବଳ ଦୃଢ଼ କରିବାକୁ ଡା. ବେହେରା ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି

Nalco
Leave A Reply