ପ୍ରତ୍ୟେକ ବର୍ଷ ଫାଲଗୁନ ମାସ ଶୁକ୍ଲପକ୍ଷ ର ପୁର୍ଣିମା ର ରାତିରେ ହୋଲିକା ଦହନ କରାଯାଇଥାଏ, ଚଳିତ ବର୍ଷ ଫାଲ୍ଗୁନ ପୁର୍ଣିମା ମାର୍ଚ୍ଚ ୧୩ ତାରିଖ ରେ ପାଳିତ ହେବ, ହୋଲିକା ଦହନ ର ରାତିରେ ଲୋକେ ନିଜର ପରିଜନ , ବନ୍ଧୁ ଓ ସମ୍ପର୍କୀୟଙ୍କ ସହିତ ମିଶି ପାଳନ କରି ଥାଆନ୍ତି, ଏବଂ ଏହାପରେ ହୋଲିକା ଦହନ କରି ଥାଆନ୍ତି, ଶାସ୍ତ୍ର ଅନୁସାରେ ହୋଲିକା ଦହନ ପାଳନ କରିବା ପାଇଁ କିଛିଟା ନିୟମ ମଧ୍ୟ ରହିଛି l
ହୋଲିକା ଦହନ ର ଜରୁରୀ ନିୟମ –
– ହୋଲିକା ଡାହାଣ କରିବା ପାଇଁ ଶୁଭ ମୁହୂର୍ତ୍ତ କରିବା ଖୁବ ଜରୁରୀ, କଦାପି ଭଦ୍ରା କାଳରେ ହୋଲିକା ଦହନ କରିବା ଉଚିତ ନୁହେଁ, ହୋଲିକା ଦହନ ସର୍ବଦା ପଞ୍ଚାଙ୍ଗ ର ଶୁଭ ମୁହୂର୍ତ ହୋଇଥାଏ l
– ହୋଲିକା ଦହନ ପୂର୍ବରୁ ସଫା ବସ୍ତ୍ର ପିନ୍ଧି ପୂଜା ପାଠ କରିବା ଜରୁରୀ, ମନରେ ଖରାପ ଚିନ୍ତା କିମ୍ବା ଖରାପ ଭାବନା ମଧ୍ୟ ରଖିବା ଜରୁରୀ ନୁହେଁ l ମଦ୍ୟ ପାନ କଦାପି କରିବା ଜରୁରୀ ନୁହେଁ, ଶରୀର ଓ ମନ ପବିତ୍ର ରଖି ହୋଲିକା ଦହନ କରିବା ଜରୁରୀ l
– ହୋଲିକା ଦହନ ଦିନ ଗୁରୁଜନ ମାନଙ୍କର ଆଶୀର୍ବାଦ ନେବା ଜରୁରୀ, ଏବଂ ମହିଳା ମାନଙ୍କର ସମ୍ମାନ କରିବା ମଧ୍ୟ ଆବଶ୍ୟକ l ଏହିଦିନ କାହା ବିଷୟ ରେ ଖରାପ ଚିନ୍ତା ମଧ୍ୟ କରିବା ଆବଶ୍ୟକ ନୁହେଁ l
– ଯଦି ହୋଲିକା ଦହନ ସମୟ ରେ ଯଦି ଆମେ ଅଗ୍ନି ରେ କିଛିଟା ଜିନିଷ ସମର୍ପଣ କରିବା ତେବେ ଜୀବନ ସୁଖମୟ ହେବା ସହିତ ଜାତକ ରେ ଚନ୍ଦ୍ର ଦୋଷ ମଧ୍ୟ ଦୂର ହୋଇଥାଏ l ଏବଂ ବାଧାବିଘ୍ନ ମଧ୍ୟ ଦୂର ହୋଇଥାଏ l