ଧୁମ୍ରପାନ ଦ୍ୱାରା କ୍ୟାନ୍ସର, ହୃଦଘାତ , ଫୁସଫୁସ ସମ୍ବନ୍ଧିତ ବିଭିନ୍ନ ରୋଗ, ମଧୁମେହ , ଉଚ୍ଚ ରକ୍ତଚାପ ର ବିପଦ ଖୁବ ଦ୍ରୁତ ବେଗରେ ବୃଦ୍ଧି ପାଇଥାଏ, ଧୁମ୍ରପାନ କାରଣରୁ ଅନେକ ଗମ୍ଭୀର ରୋଗ ର ସମସ୍ୟା ମଧ୍ୟ ଦ୍ରୁତ ବେଗରେ ବୃଦ୍ଧି ପାଏ, ଧୁମ୍ରପାନ ଫୁସଫୁସ କ୍ୟାନ୍ସର ପାଇଁ ମୁଖ୍ୟତଃ ଭାବରେ ଦାୟୀ l ପାଖାପାଖି ୮୦ ପ୍ରତିଶତ ଫୁସଫୁସ କ୍ୟାନ୍ସର ଧୁମ୍ରପାନ ଦ୍ୱାରା ହୋଇଥାଏ l ଧୁମ୍ରପାନ ଦ୍ୱାରା କୋଲେରେକ୍ଟଲ ଓ ଯକୃତ କ୍ୟାନ୍ସର ହେବାର ଅଧିକ ସମ୍ଭାବନା ବଢି ଯାଇଥାଏ l
ଧୁମ୍ରପାନ ଦ୍ୱାରା ହେଉଥିବା ସମସ୍ୟା –
ଧୁମ୍ରପାନ ହୃଦୟ ଓ ରକ୍ତ ବାହିକା କୁ କ୍ଷତି କରିଥାଏ, ଯାହାଦ୍ୱାରା ହୃଦୟ ସମ୍ବନ୍ଧିତ ବିଭିନ୍ନ ରୋଗ, ଷ୍ଟ୍ରୋକ ଓ ଧମନୀ ରୋଗର ବିପଦ ବଢି ଯାଇଥାଏ l ଏବଂ ବ୍ଲଡ଼ ଶେର୍କୁଲେସନ ରେ ଅସୁବିଧା ହୋଇଥାଏ l ଏବଂ ହାର୍ଟ ଷ୍ଟ୍ରୋକ ସମସ୍ୟା ଅଧିକ ବଢି ଯାଇଥାଏ , ଧୁମ୍ରପାନ ହାର୍ଟ ଫେଲ ର କାରଣ ହୋଇଥାଏ l
ଫୁସଫୁସ ସମ୍ବନ୍ଧିତ ସମସ୍ୟା –
ଧୁମ୍ରପାନ ସିଓପିଡି ର ପ୍ରମୁଖ କାରଣ , ଯେଉଁଥିରେ ବାତାସ୍ଫିତି ଓ କ୍ରନିକ ବ୍ରୋଙ୍କାଇଟିସ ସାମିଲ ରହିଥାଏ l ଏହା ଆସ୍ଥମା ଲକ୍ଷଣ ର ମଧ୍ୟ କାରଣ ଅଟେ , ଏବଂ ପ୍ରଶ୍ୱାସ ନଳୀ କୁ ସଂକ୍ରମିତ କରି ଜୀବନ ପ୍ରତି ବିପଦ ଆଣି ଦେଇଥାଏ l
ମଧୁମେହ –
ଧୁମ୍ରପାନ ଟାଇପ 2 ଡାଇବେଟିକ ର କାରଣ ଅଟେ, ଏବଂ ମଧୁମେହ ସମ୍ବନ୍ଧିତ ଅନେକ ଗମ୍ଭୀର ସମସ୍ୟା ର କାରଣ ହୋଇଥାଏ ଧୁମ୍ରପାନ l
ସଂକ୍ରମଣ ସମସ୍ୟା ବଢିଯାଏ –
ଧୁମ୍ରପାନ ଅଧିକ କରିବା ଦ୍ୱାରା ମଣିଷ ଶରୀରର ଇମ୍ୟୁନିଟି ଦୁର୍ବଳ ହୋଇଯାଇଥାଏ, ଯେଉଁ କାରଣରୁ ନିମୋନିଆ, ବ୍ରୋଙ୍କାଇଟିସ ସହିତ ବିଭିନ୍ନ ସଂକ୍ରମଣ ବଢି ଯାଇଥାଏ l
ପ୍ରଜନନ କ୍ଷମତା –
ଧୁମ୍ରପାନ ପୁରୁଷ ଓ ମହିଳା ଉଭୟଙ୍କର ପ୍ରଜନନ କ୍ଷମତା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ, ଏବଂ ଗର୍ଭାବସ୍ଥା ସମୟ ରେ ଅସୁବିଧା ର ସମୁଖୀନ କରାଇଥାଏ, ଯେପରିକି କମ ଓଜନ ର ଶିଶୁ ଜନ୍ମ ହେବା, ଶିଶୁ ର ବିକାଶ ଠିକ ଭାବରେ ନହେବା, ଏବଂ ଶିଶୁ ବିକଳାଙ୍ଗ ହେବା ଇତ୍ୟାଦି ଦେଖା ଦେଇଥାଏ l