ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ସର୍ବଶ୍ରେଷ୍ଠ ବାବନା ବୈଦ୍ୟନାଥ ଧାମରେ ଅନେକ ଧାର୍ମିକ ମାନ୍ୟତା ରହିଛି, ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଝାରଖଣ୍ଡ ସ୍ଥିତ ଦେବାଘର ବାବା ବୈଦ୍ୟନାଥ ମନ୍ଦିର ରେ ହୋଲି ଅବସରରେ ଅଦ୍ଭୁତ ପରମ୍ପରା ଦେଖା ଦେଇଥାଏ, ଯାହାକୁ ‘ହରିହର ‘ ମିଳନ କୁହାଯାଇଥାଏ, ହରି ଅର୍ଥାତ ଭଗବାନ ବିଷ୍ଣୁ ଓ ହର ଅର୍ଥାତ ମହାଦେବ, ମାନ୍ୟତା ରହିଛି ଯେ ହରିହର ମିଲ୍ନ ସହିତ ଦେବାଘର ନିକଟସ୍ଥ ଚତୁର୍ପାର୍ଶ୍ୱରେ ହୋଲି ପର୍ବ ପାଳିତ ହୋଇଥାଏ l
ପୌରନିଙ୍କ ଧର୍ମଗ୍ରନ୍ଥ ଅନୁସାରେ ହରିହର ମିଳନ ଦିନ ବାବା ବୈଦ୍ୟନାଥ ଏହି ଧାମରେ ପ୍ରଦାର୍ପଣ କରିଥିଲେ, ହରିହର ମିଳନ ଅବସରରେ ଭଗବାନ ବିଷ୍ଣୁ ନିଜ ଆରାଧ୍ୟ ଦେବତା ମହାଦେବ ଙ୍କୁ ସାକ୍ଷାତ କରିବାକୁ ଅସିଥାଆନ୍ତି l ଏହାପରେ ଉଭୟ ଦେବତା ହୋଲି ଖେଳି ଥାଆନ୍ତି l
ହରିହର ମିଳନ ର ପ୍ରସଙ୍ଗ କଣ –
ବାବା ବୈଦ୍ୟନାଥ ମନ୍ଦିର ର ପୌରାଣିକ ମାନ୍ୟତା ଅନୁସାରେ ହରିହର ମିଳନ ଦିନ ମହାଦେବ ଏଠାକୁ ପଦାର୍ପଣ କରିଥିଲେ, ଏହା ପଛରେ ରାବଣ ର ସହଯୋଗ ରହିଛି l ଏକଦା ରାବଣ ମହାଦେବଙ୍କ ନିକଟରେ ଜିଦି କରିଥିଲା ଲଙ୍କା ଯିବାପାଇଁ, ମହାଦେବ ରାବଣ ର ଭକ୍ତିରେ ପ୍ରସନ୍ନ ହୋଇଥିଲେ, ଏବଂ ଗୋଟିଏ ଲିଙ୍ଗ ଭାବରେ ଲଙ୍କା ଯିବାକୁ କହିଥିଲେ, ସର୍ତ୍ତ ଥିଲା ଯେ ରାବଣ ଲଙ୍କା ଯାତ୍ରା ସମୟ ରେ କେଉଁଠି ମଧ୍ୟ ଶିବଲିଙ୍ଗ ରଖିବ ନାହିଁ, ଯଦି କେଉଁଠି ରଖିବ ତେବେ ଶିବଲିଙ୍ଗ ସେଇଠି ସ୍ଥାପିତ ହୋଇଯିବ, ଯେଉଁ ସମୟ ରେ ରାବଣ ଶିବଲିଙ୍ଗ ନେଇ ଲଙ୍କା ଯାଉଥିଲା ଭଗବାନ ବିଷ୍ଣୁ ବୃଦ୍ଧ ବ୍ରାହ୍ମଣ ରୂପରେ ଠିଆ ହୋଇଥିଲେ ବାଟରେ, ଏବଂ ରାବଣ ମନରେ ଶଙ୍କା ଉପୁଜିବାରୁ ସେ ଆକାଶ ମାର୍ଗରୁ ତଳକୁ ଓଲ୍ହାଇଲା, ବୈଦ୍ୟନାଥ ଧାମ ରେ ମାତା ସତୀ ଙ୍କ ହୃଦୟ ପଡିଥିଲା, ତେଣୁ ଭଗବାନ ବିଷ୍ଣୁ ଙ୍କ ଯୋଜନା ଥିଲା ଯେ ରାବଣ ଶିବଲିଙ୍ଗ ଧରି ଏହିଠାରେ ଓଲ୍ହାଉ l
ରାବଣ ବଚନ ବଧ ଥିଲା ଯେ ଯଦି ସେ ମାଟି ଉପରେ ଶିବ ଲିଙ୍ଗ କୁ ରଖିଦେବ ତେବେ ମହାଦେବ ସେହିଠାରେ ସ୍ଥାପିତ ହୋଇଯିବେ, ଏବଂ ଭଗବାନ ବିଷ୍ଣୁ ରାବଣ ନିକଟରୁ ଶିବଲିଙ୍ଗ ଟି ନେଇ ସେଠାରେ ସ୍ଥାପନ କରିଦେଲେ, ଏହିଭଳି ଭାବରେ ମାତା ସତୀ ଓ ମହାଦେବ ଙ୍କ ମିଲ୍ନ ହୋଇଥିଲା, ଯେଉଁ ଶିବଲିଙ୍ଗ କୁ ଭଗବାନ ବିଷ୍ଣୁ ଗ୍ରହଣ କରିଥିଲେ ସେହିଠାରେ ହିଁ ହରିହରି ମିଳନ ହୋଲି ଖେଳ ଯାଇଥାଏ l