ତହବୁର ରାଣା ବର୍ତମାନ ଲସ ଆଞ୍ଜେଲାସ ସ୍ଥିତ ମେଟ୍ରୋ ପଲିଟାନ ସେଣ୍ଟର ରେ ବନ୍ଦ ଅଛି, ଭାରତ ପକ୍ଷରୁ ଲଗାତାର ପ୍ରତ୍ୟେର୍ପଣ ପାଇଁ ଚେଷ୍ଟା କରାଯାଉଥିଲା l ୧୩ ଫେବୃଆରୀ ରେ ରାଣା ନିଜର ପ୍ରତ୍ୟର୍ପଣ ବିରୁଦ୍ଧରେ ଯାଚିକା ଦାୟର କରିଥିଲା l ଏହି ଯାଚିକା ରେ ରାଣା ତର୍କ ଦେଇଥିଲା ଯେ ଭାରତ କୁ ତାର ପ୍ରତ୍ୟାର୍ପଣ କୁ ଅଟକାଇବା ପାଇଁ ଦାବୀ କରିଥିଲା l ଏବଂ ସେ ନିଜ ଯାଚିକା ରେ ଦର୍ଶାଇ ଥିଲା ଯେ ମତେ ଭାରତ ପକ୍ଷରୀ ପ୍ରତାଡ଼ିତ କରାଯିବ, କାହିଁକିନା ମୁଁ ପାକିସ୍ତାନ ର ମୂଳ ମୁସଲମାନ ଅଟେ, ଏହାଛଡା ମୋର ମେଡିକାଲ କଣ୍ଡିସନ ଠିକ ନାହିଁ, ତେଣୁ ମତେ ଭାରତ କୁ ପ୍ରତ୍ୟେର୍ପଣ କରିବା ଅର୍ଥ ମୃତ୍ୟୁ ସମାନ ଅଟେ l
କିନ୍ତୁ ଆମେରିକା ସୁପ୍ରିମ କୋର୍ଟ ଜାନୁଆରୀ ମାସରେ ତାର ଯାଚିକା କୁ ଖାରଜ କରି ଦେଇଥିଲେ ଏବଂ ଭାରତକୁ ପ୍ରତ୍ୟର୍ପନ କରିବା କୁ କହିଥିଲେ l ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସହିତ ସଂଯୁକ୍ତ ପ୍ରେସ କର୍ଣ୍ଣଫରେନ୍ସ କରି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ରାଣା କୁ ପ୍ରତ୍ୟେର୍ପଣ ପାଇଁ ମଞ୍ଜୁରୀ ଡିଆସରିଛି l ଏବଂ ଆମେରିକା ଓ ଭାରତ ଆତଙ୍କବାଦ ବିରୁଦ୍ଧରେ କାମ କରୁଛନ୍ତି ତେଣୁ ଏହା ଖୁବ ଜରୁରୀ l
ତହବୁର ରାଣା କିଏ –
୨୬/ ୧୧ ରେ ହୋଇଥିବା ମୁମ୍ବାଇ ଆକ୍ରମଣ ରେ ମାଷ୍ଟର ମାଇଣ୍ଡ, ରାଣା ଲସ୍କର -ଏ-ତୋଇବା ର ଆତଙ୍କବାଦୀ ଅଟନ୍ତି, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ରେ ତହବୁର ରାଣା ଭାରତରୁ ବାଂଛିତ ଅଛନ୍ତି l ନଭେମ୍ବର ୨୬ , ୨୦୦ ୮ ମୁମ୍ବାଇ ରେ ୮ଟି ସ୍ଥାନରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୧୭୫ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ l ତହବୁର ରାଣା ଉପରେ ଭାରତରେ ଲସ୍କର ଏ ତୋଇବା କୁ ସହଯୋଗ କରିବାର ଆରୋପ ଲାଗିଛି, ଭାରତ ଦିର୍ଘଦିନରୁ ତାର ପ୍ରତ୍ୟାର୍ପଣ ପାଇଁ ଦାବି କରି ଆସୁଥିଲା, ତହବୁର ରାଣା କୁ ୨୬/ ୧୧ ର ମୁଖ୍ୟ ଅଭିଯୁକ୍ତକାରୀ ଡେଭିଡ କେଲମ୍ୟାନ ଙ୍କ ସହିତ ସଂଶ୍ଲିଷ୍ଟ ଥିବାର ଭାରତୀୟ ଗୁଇନ୍ଦା ବିଭାଗ ନିକଟରେ ତଥ୍ୟ ଥିଲା, ଏହା ଛଡା ପାକିସ୍ତାନ ର ଗୁଇନ୍ଦା ବିଭାଗ ISI ସହିତ ସମ୍ପୃକ୍ତି ଥିବାର ମଧ୍ୟ ସୂଚନା ମିଳିଛି , ଏବଂ ସେ ପାକିସ୍ତାନ ରେ ଆତଙ୍କବାଦୀ ସମୂହ ନେତାଙ୍କ ସହିତ ସମ୍ପୃକ୍ତ ଥିଲା, ମୁମ୍ବାଇ ଆକ୍ରମଣ ଘଟାଇଥିବା ଆତଙ୍କବାଦୀ ସମୂହ ଙ୍କ ସହିତ ସେ ସମ୍ପର୍କ ରହୁଥିବାର ତା ଆରୋପ ଲାଗିଥିଲା l