ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷ ହୋଲି ମାର୍ଚ୍ଚ ୧୪ ଓ ୧୫ ରେ ପାଳିତ ହେବ, ୧୪ ତାରିଖ ପୁର୍ଣିମା ଏବଂ ୧୫ ତାରିଖ ହୋଲି ରଙ୍ଗ ଖେଳ ଅନୁଷ୍ଠିତ ହେବ, ପୁର୍ଣିମା ଦିନ ହୋଲିକା ଦହନ କରାଯାଇଥାଏ l ଏବଂ ଏହିଦିନ ଯଦି ତୁଳସୀ ରେ ଗୋଟିଏ କାର୍ଯ୍ୟ କରାଯାଏ ତେବେ ଭାଗ୍ୟ ବଦଳି ଯାଇଥାଏ l
ହୋଲି ରେ ତୁଳସୀ ର ଉପାୟ –
– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୋଳ ପୁର୍ଣିମା ଦିନ ଶୁଖିଲା ତୁଳସୀ କୁ ନାଲି କପଡା ରେ ବାନ୍ଧି ନିଜ ପଇସା ରଖିବା ସ୍ଥାନରେ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ l
– ଶୁଖିଲା ତୁଳସୀ ଙ୍କୁ ନିଜ ଘରର ପୂଜା ସ୍ଥାନରେ ରଖିବା ଦ୍ୱାରା ଏହାର ସୁଗନ୍ଧ ରେ ଗୃହରେ ସୁଖ-ସମ୍ପନ୍ନତା ଆସିଥାଏ l ଏବଂ ଘରେ ସକାରାତ୍ମକ ଉର୍ଜା ସଂଚାର ହୋଇଥାଏ l
– ଯଦି ଆପଣ ଘରେ କୃଷ୍ଣ ଙ୍କ ମୂର୍ତି ସ୍ଥାପନା କରିଛନ୍ତି ତେବେ ତାଙ୍କୁ ପ୍ରତିଦିନ ଗାଧେଇବା ସମୟ ରେ ଶୁଖିଲା ତୁଳସୀ ପାଣିରେ ପକାଇ ଦିଅନ୍ତୁ, ଏହାଦ୍ୱାରା ଜୀବନ ସୁଖମୟ ହୋଇଥାଏ l
– ଭଗବାନ ବିଷ୍ଣୁ ଙ୍କର ତୁଳସୀ ଖୁବ ପ୍ରିୟ ଅଟେ, ଯଦି ଦୋଳ ପୁର୍ଣିମା ରେ ତୁଳସୀ ମିଶାଇ ବିଷ୍ଣୁଙ୍କୁ ଅର୍ପଣ କରାଯାଏ ତେବେ ଲକ୍ଷ୍ମୀ ନାରାୟଣ ଙ୍କ କୃପା ଲାଭ ହୋଇଥାଏ l
– ଯଦି ହୋଲି ରେ ଭଗବାନ ବିଷ୍ଣୁ ଙ୍କ ପ୍ରସାଦ ରେ ତୁଳସୀ ସମର୍ପଣ କରାଯାଏ ତେବେ ଜୀବନ ର ବିଭିନ୍ନ ରୂଣରୁ ମୁକ୍ତି ମିଳିଥାଏ l