ଆଜିକାଲି ପ୍ରାୟ ସମସ୍ତେ ସୁନ୍ଦର ଦେଖା ଯିବାକୁ ଉତ୍ସାହିତ, ତେଣୁ ନିଜକୁ କିପରି କେଶ ଠାରୁ ନେଇ ଗୋଡ଼ ପର୍ଯ୍ୟନ୍ତ ସଜାଇବେ ସେଥିପାଇଁ ଖର୍ଚ୍ଚ କରୁଛନ୍ତି ପୁଳା ପୁଳା ଟଙ୍କା , ଏବଂ ବିଶେଷ ଭାବରେ କେଶକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର କେଶ ପାଇଁ ରଙ୍ଗର ବ୍ୟବହାର କରି ଥାଆନ୍ତି, କାହିଁକି ନା ସମସ୍ତଙ୍କୁ ଟ୍ରେଂଡି ଲୁକ ଦରକାର, କିନ୍ତୁ ଏହି ହେୟାର ଡ଼ାଈ ବିଷୟରେ ପ୍ରଥମେ ଜାଣି ରଖିବା ଜରୁରୀ, ଯଦି ହେୟାର ଡ଼ାଈ ଭଲ କ୍ୱାଲିଟି ର ନହେଲା ତେବେ ଏହା ଅନେକ ଗୁଡିଏ ରୋଗର କାରଣ ହୋଇପାରେ, ତେଣୁ ଏହି ବିଷୟରେ ସମସ୍ତେ ଜାଣିବା ଆବଶ୍ୟକ l
କଣ ହେୟାର ଡ଼ାଈ ଦ୍ୱାରା କ୍ୟାନ୍ସର ହୋଇଥାଏ –
କେଶ କୁ ଡ଼ାଈ କରୁଥିବା କେମିକାଲ ରେ କ୍ୟାନ୍ସର ବ୍ୟାପୁଥିବା କର୍ଷି ନୋଜେନ ରହିଛି, ଏହାଦ୍ୱାରା ବ୍ରେଷ୍ଟ କ୍ୟାନ୍ସର ର ବିପଦ ଉତ୍ପନ ହୋଇଥାଏ, ୨୦୧୯ ରେ ନେସନାଲ ଇନ୍ଷ୍ଟିଚିୟୁଟ ଅଫ ହେଲଥ କେୟାର ର ଗୋଟିଏ ଗବେଷଣା ଅନୁସାରେ ଜଣାପଡିଛି କି ଯେଉଁ ମହିଳା ମାନେ ସ୍ଥାୟୀ ଭାବରେ ହେୟାର ଡ଼ାଈ ବ୍ୟବହାର କରନ୍ତି ସେମାନଙ୍କ ମଧ୍ୟରେ ବ୍ରେଷ୍ଟ କ୍ୟାନ୍ସର ର ବିପଦ ଖୁବ ଅଧିକ ମାତ୍ରାରେ ବଢି ଯାଇଥାଏ l
ହେୟାର ଡ଼ାଈ ର ସାଇଡ ଇଫେକ୍ଟ –
ଏକ୍ସପର୍ଟ ଙ୍କ ସୂଚନା ଅନୁସାରେ ପରମାନେଣ୍ଟ ହେୟାର ଡ଼ାଈ ଖୁବ ଖରାପ ପ୍ରଭାବ ପକାଇଥାଏ, ଏଥିରେ ରଙ୍ଗ ସହିତ ଏମୋନିଆ , ହାଇଡ୍ରୋଜେନ ପାରକସାଇଡ , ପେରାବେନ୍ସ ଓ ସଲଫେଟ ଭଳି ଭୟଙ୍କର କେମିକାଲ ରହିଥାଏ, ଏହାଦ୍ୱାରା କିଡ୍ନୀ ଓ ଫୁସଫୁସ ମଧ୍ୟ ଗମ୍ଭୀର ଭାବରେ ପ୍ରଭାବିତ ହୋଇଥାଏ l ଏହା ସହିତ ୟୁରିନାରୀ ବ୍ଲାଡର କ୍ୟାନ୍ସର, ନର୍ଭସ ସିଷ୍ଟମ ଡ଼ିସଅର୍ଡର, ଓ ଗମ୍ଭୀର ଭାବରେ ଏଲର୍ଜୀ ମଧ୍ୟ ହୋଇପାରେ l ବିଶେଷ ଭାବରେ ଗର୍ଭବତୀ ମହିଳା, ଆସ୍ଥମା ରୋଗୀ, ଏବଂ ସ୍କିନ ଏଲର୍ଜୀ ଥିବା ବ୍ୟକ୍ତି ମାନେ ଡ଼ାଈ କରିବା ପୂର୍ବରୁ ଚିନ୍ତା କରିବା ଜରୁରୀ l
ତେବେ କଣ କରିବା ଜରୁରୀ ?
– ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଟେମ୍ପୋରରି ହେୟାର କଲର ଠିକ ଅଟେ, ଏହି କଲର ଥରେ ଦୁଇଥର ସାମ୍ପୁ ରେ ରଙ୍ଗ ଧୋଇ ହୋଇଯାଏ l
– କେଶ କୁ ହେଲଦି ରଖିବା ପାଇଁ ହନି ମାସ୍କ ଗୋଟିଏ ଭଲ ପ୍ରୟାସ, ଏହାଦ୍ୱାରା କେଶର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ l
– ନଚେତ କେଶ ପାଇଁ ଏମୋନିଆ ବିହୀନ ରଙ୍ଗ ବାଛିବା ଜରୁରୀ l ନଚେତ ଅର୍ଗାନିକ ପ୍ରଡକ୍ଟ ବାଛନ୍ତୁ l