Odisha news

ବିଶ୍ବର ବୃହତମ ହକୀ ଷ୍ଟାଡିୟମ୍: ଆଜି କରାଯିବ ଉଦଘାଟନ, କଣ ରହିଛି ଏହି ଷ୍ଟାଡିୟମ୍ ର ବିଶେଷତା

0
ଓଡ଼ିଶାର ରାଉକେଲାରେ ବିଶ୍ବର ବୃହତମ ହକୀ ଷ୍ଟାଡିୟମ୍ ଦଣ୍ଡାୟମାନ, ଯେଉଁଠି ଜାନୁଆରୀ ୧୩ ତାରିଖ ରେ ଖେଳାଯିବ ହକୀ ୱାଲ୍ଡ କପ୍ । ଏହା ପୂର୍ବରୁ ଜାନୁଆରୀ ୫ତାରିଖ ଗୁରୁବାର ଦିନ ଏହି ହକୀ ଷ୍ଟାଡିୟମ୍ କୁ ଉଦ୍ଘାଟନ କରାଯିବ , ଯେଉଁ ସମୟ ଟି କେବଳ ଓଡ଼ିଶା ପାଇଁ ନୁହେଁ ସମଗ୍ର ବିଶ୍ବ ପାଇଁ ସ୍ମରଣୀୟ ହୋଇ ରହିବ,ଏଥି ସହିତ ଓଡ଼ିଶା ଓ ଝାରଖଣ୍ଡ ପାଇଁ ମଧ୍ୟ ବିଶେଷ ସ୍ମରଣୀୟ ରହିବ । କାହିଁକି ନା ଏହି ଷ୍ଟାଡିୟମ୍ ରେ ଓଡ଼ିଶା ଓ ଝାରଖଣ୍ଡ ମଧ୍ୟରେ ପ୍ରଥମ ହକୀ ଜୁନିଅର ପୁରୁଷ ମ୍ୟାଚ୍ ପ୍ରଦର୍ଶନ କରାଯିବ ।
କଣ ରହିଛି ଏହି ହକୀ ଷ୍ଟାଡିୟମ୍ ର ଓଡ଼ିଶା ଓ ଝାରଖଣ୍ଡ ସହିତ ସମ୍ପର୍କ -:
ଏହି ଷ୍ଟାଡିୟମ୍ ର ନାମକରଣ ମହାନ୍ ଜନଜାତି ନାୟକ ଓ ସ୍ୱତନ୍ତ୍ରତା ସେନାନୀ ଭଗବାନ ବିର୍ସା ମୁଣ୍ଡା ଙ୍କ ନାମରେ ନାମିତ କରାଯାଇଛି । ବିର୍ସା ମୁଣ୍ଡା ଙ୍କ ଜନ୍ମ ଭୂମି ଓ କର୍ମ କ୍ଷେତ୍ର ଝାରଖଣ୍ଡ ଅଟେ । କିନ୍ତୁ ଇଂରେଜ ମାନଙ୍କ ବିରୁଦ୍ଧରେ ତାଙ୍କର କ୍ରାନ୍ତି ଦେଶର ବିଭିନ୍ନ ରାଜ୍ୟକୁ ବ୍ୟାପି ଥିଲା । ଆଦିବାସୀ ବା ଜନଜାତି ସମାଜ ରେ ତାଙ୍କୁ ଭଗବାନ ଙ୍କ ସ୍ଥାନ ଦିଆଯାଇ ଥାଏ । ରାଉରକେଲା ରେ ନିର୍ମିତ ଏହି ବିଶାଳ ହକି ଷ୍ଟାଡିୟମ୍ ସେହି ମହାନ୍ ଆତ୍ମା ଙ୍କୁ ସମର୍ପିତ କରାଯିବ ।
ଆସନ୍ତୁ ଜାଣିବା କଣ ରହିଛି ଏହି ଷ୍ଟାଡିୟମ୍ ର ବିଶେଷତା -:
୧୫ ଏକର ଅଞ୍ଚଳରେ ପରିବେଷ୍ଟିତ ଏହି ହକୀ ଷ୍ଟାଡିୟମ୍ ଇକୋ ଫ୍ରେଣ୍ଡଲି ହକି ଷ୍ଟାଡିୟମ୍ ଅଟେ । ଏହି ଷ୍ଟାଡିୟମ୍ ରେ ଏକ କାଳୀନ ୨୭ ହଜାର ଦର୍ଶକ ବସି ପାରିବେ । ଏହି ଷ୍ଟାଡିୟମ୍ ର ବିଶେଷତା ଏଭଳି ରହିଛି କି ଦର୍ଶକ ଯେଉଁ ସିଟ ର ପ୍ରସ୍ତୁତି ଏଭଳି କରାଯାଇଛି ବସିଲେ ଲାଗିବ ଯେପରି ଦର୍ଶକ ପଡିଆର ଖୁବ୍ ନିକଟତର ଅଛନ୍ତି । ଏହି ଷ୍ଟାଡିୟମ୍ ରେ ପ୍ରକ୍ଟିସ୍ ପିଚ୍ ଓ ଚେଞ୍ଜୀଙ୍ଗ ରୁମ୍ ମଧ୍ୟରେ ଗୋଟିଏ ଟନେଲ୍ ରହିଛି । ଫିଟ୍ ନେସ ସେଣ୍ଟର୍ , ରିକଭରି ସେଣ୍ଟର୍ , ଓ ପିଚ୍ ନିକଟରେ ହାଇଡ୍ରୋ ଥେରପି ପୂଲ୍ ତିଆରି କରାଯାଇଛି ।
ପ୍ରାୟତଃ ୩୦୦ କୋଟି ବିନିମୟ ରେ ତିଆରି ହୋଇଛି ଏହି ଷ୍ଟାଡିୟମ୍ -:
ଏଠାରେ ୨ଟି ହୋଟେଲ ରହିଛି , ଯେଉଁଠି ଖେଳାଳି ମାନେ ଆସିଲେ ରହିବେ । ଷ୍ଟାଡିୟମ୍ ଟି ଭୂକମ୍ପ ବିରୋଧୀ ଅଟେ । ଏହି ଷ୍ଟାଡିୟମ୍ ଟି ପାଣିପାଗ ଅନୁକୂଳ ରଖିବା ପାଇଁ ୨୫୦ ଏଚପି
ଡ଼କ୍ଟ ବଲ୍ ଏସି ୟୁନିଟ୍ ଲଗା ଯାଇଛି । ୩୦୦ କୋଟି ବିନିମୟ ରେ ପ୍ରସ୍ତୁତ ହୋଇଥିବା ଏହି ଷ୍ଟାଡିୟମ୍ କୁ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ର ଇଞ୍ଜିନିୟର ମାନେ ପ୍ରସ୍ତୁତ କରିଛନ୍ତି ।
ୱାର୍ଲ୍ଡ କପ୍ ହକୀ ର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୩ ତାରିଖ ଭାରତ ଓ ସ୍ପେନ ମଧ୍ୟରେ ଖେଳାଯିବ । ହକି ୱର୍ଲ୍ଡ଼ କପ୍ ସମସ୍ତ ମ୍ୟାଚ୍ ଓଡ଼ିଶାର ଭୁବନେଶ୍ଵର ଓ ରାଉରକେଲା ରେ ଖେଳାଯିବ । ଏହି ପ୍ରତିଯୋଗିତା ରେ ୧୬ ଟି ଦେଶ ମଧ୍ୟରେ ୪୪ଟି ମ୍ୟାଚ୍ ଖେଳାଯିବ ।
Leave A Reply