Odisha news

ଗବେଷଣା ର ନୂତନ ତଥ୍ୟ : ସିଡି ଚଢିବା କାହିଁକି ହାର୍ଟ ପାଇଁ ହୋଇଥାଏ ହିତକର ? 

0
ନିକଟ ରେ ତୁଲାନେ ବିଶ୍ୱବିଦ୍ୟାଳୟ ର ଗୋଟିଏ ନୂତନ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଛି l ଯେଉଁଥିରେ କୁହାଯାଇଛି ଯେ ପ୍ରତିଦିନ ୫୦ ଟି ସିଡି ଚଢିବା ଦ୍ୱାରା ପାଖାପାଖି ୨୦ ପ୍ରତିଶତ ହାର୍ଟ ସମସ୍ୟା ଦୂର ହୋଇଥାଏ l
ସିଡି ଚଢିବା କାହିଁକି ହାର୍ଟ ପାଇଁ ହୋଇଥାଏ ହିତକର ?
ଷ୍ଟ୍ରେସ , କୋରନାରୀ ଆର୍ଟରୀ , ଏଥେରୋସ୍କଲରୋଟିକ ହାର୍ଟ ସମ୍ବନ୍ଧୀୟ ରୋଗ ସାରା ଦୁନିଆରେ ମୃତ୍ୟୁ ର କାରଣ ଅଟେ l ଦି ଇଣ୍ଡିପେଣ୍ଡେଣ୍ଟ ର ରିପୋର୍ଟ ଅନୁସାରେ ଦ୍ରୁତ ବେଗରେ ସିଡି ଚଢିବା ହାର୍ଟ କୁ ସୁସ୍ଥ ରଖିଥାଏ ଓ ଲିପିଡ଼ ପ୍ରୋଫାଇଲ ରେ ସୁଧାର ଆଣିଥାଏ l ଏହା ସେହି ଲୋକଙ୍କ ପାଇଁ ହିତକର ଯେଉଁମାନେ ନିୟମିତ ଜିମ ଯାଆନ୍ତି ନାହିଁ କିମ୍ବା ବ୍ୟାୟାମ କରନ୍ତି ନାହିଁ l ଆପଣ ଯଦି ହାର୍ଟ ସମ୍ବନ୍ଧୟ ସମସ୍ତ ସମସ୍ୟା ରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ତେବେ ସିଡି ଚଢିବା ଗୋଟିଏ ଭଲ ବ୍ୟାୟାମ l
ଏହି ଅଧ୍ୟୟନ ରେ ହାର୍ଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା କୁ ନେଇ ଅଧ୍ୟୟନ କରାଯାଇ ଥିଲା l ଯେଉଁଥିରେ ୪୫୦,୦୦୦ ବୟସ୍କ ସାମିଲ ଥିଲେ l ଯେଉଁଥିରେ ସେମାନଙ୍କ ଲାଇଫଷ୍ଟାଇଲ ସହିତ ବଂଶାଅନୁବଂଶିକ , ଇତ୍ୟଦି ଉପରେ ମଧ୍ୟ ଆଲୋଚନା ହୋଇଥିଲା l ଯେଉଁଠରେ କୁହାଯାଇ ଥିଲା ଯେ ସିଡି ଚଢିବା ଦ୍ୱାରା ହାର୍ଟ କୁ ପର୍ଯ୍ୟାପ୍ତ ମାତ୍ରାରେ ଆକ୍ସିଜେନ ମିଳିଥାଏ , ଯାହାଦ୍ୱାରା ହାର୍ଟ ଆଟାକ ସମସ୍ୟା ଠାରୁ ମନୁଷ୍ୟ ଦୂରେଇ ରହିଥାଏ l

Leave A Reply