Odisha news

ଆସନ୍ତୁ ଜାଣିବା ଆଜି ଦିନଟି କେମିତି କଟିବ

0

ମେଷ: ଯାହା ଚାହିଁବେ ତାହା ହାସଲ କରିପାରିବେ। ପାରିବାରିକ ଜୀବନ ସୁଖକର ହେବ। ବ୍ୟବସାୟରେ ସ୍ଥିରତା ବଜାୟ ରହିବ। ରାଜନେତା ଓ ସମାଜସେବୀଙ୍କ ଲାଗି ଦିନଟି ବହୁତ ଭଲ।

ବୃଷ: ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଜାଗାରେ ଚାକିରି ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ପରିବାରରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ‌

ମିଥୁନ: ଆତ୍ମବିଶ୍ବାସ ଓ ଆଶାଯୁକ୍ତ ଦିନଟିଏ। କିଛି ନୂଆ ଅନୁଭବ ପ୍ରାପ୍ତି କରିବେ। ବ୍ୟବସାୟ ଆରମ୍ଭ କରିବା ଲାଗି ନୂଆ ଯୋଜନା ସଫଳ ରହିବ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ।

କର୍କଟ: କର୍ମଜୀବୀ ମହିଳାଙ୍କ ଲାଗି କାମର ବୋଝ କମ୍ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଜାୟ ରହିବ। ଛାତ୍ର କିଛି ନୂଆ ଶିଖିବାର ସୁଯୋଗ ପାଇବେ। ‌

ସିଂହ: ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ହେବ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ପୂର୍ବ ଦାୟିତ୍ବ ସଂପନ୍ନ କରିିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ‌

କନ୍ୟା: ପରିସ୍ଥିତି ଏଭଳି ହେବ, ପୂର୍ବ ଜିନିଷ ଆପଣଙ୍କ ଆଗରେ ପହଞ୍ଚିଯିବ। ଆପଣଙ୍କ ଚିନ୍ତା ବଢ଼ିପାରେ।ବ୍ୟାବସାୟିକ କାରବାର ଚୂଡ଼ାନ୍ତ କରିବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ତୁଳା: ଆର୍ଥିକ ସ୍ଥିତିରେ ଉଠାପକା ଲାଗି ରହିବ। କୌଣସି ସମାଧାନ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ରାଜନେତାଙ୍କର ପ୍ରଭାବ ବଢ଼ିବ। ଜୀବନସାଥୀଙ୍କ ଠାରୁ ଯଥେଷ୍ଟ ପ୍ରେମ ପାଇବେ। ‌

ବିଛା: ମନରେ ନକାରାତ୍ମକ ଚିନ୍ତା ଆସିବାକୁ ଦିଅନ୍ତୁ ନାହିଁ। ଧନଲାଭର ସମ୍ଭାବନା। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବ୍ୟାଙ୍କ କର୍ମଚାରୀଙ୍କୁ ଭଲ ଖବର ମିଳିବ। ପ୍ରେମ ଜୀବନ ଭଲ ରହିବ। ‌

ଧନୁ: ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଶତ୍ରୁ ନତମସ୍ତକ ହେବେ। ଜରୁରୀ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ‌

ମକର: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପନ୍ନ ହେବା ଯୋଗୁଁ ଆର୍ଥିକ ସ୍ଥିତିରେ ସୁଧାର ହେବ। ନୂଆ ବିଚାରକୁ ଖୋଲା ମନରେ ସ୍ବୀକାର କରନ୍ତୁ। ପ୍ରେମୀଙ୍କ ଲାଗି ଭଲ। ‌ବସ୍ତ୍ର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।

କୁମ୍ଭ: ବ୍ୟବସାୟରେ ଆଗକୁ ଯିବା ପାଇଁ ସୁଯୋଗ ପାଇବେ। ଉଦର ପୀଡ଼ାରୁ ଆରାମ ପାଇବେ। ଜମି ଦଲାଲ ବକେୟା ଅର୍ଥ ପାଇବେ। ଘରକୁ ବନ୍ଧୁ ଆସିବେ। ‌କାର ଚଳାଇବା ଶିଖି ପାରନ୍ତି।

ମୀନ: ମନରେ ବହୁତ ସକାରାତ୍ମକ ଭାବନା ଆସିବ। ଅଫିସରେ କାମର ପ୍ରଶଂସା ହେବ। ନୂଆ ବ୍ୟବସାୟ କରିବାକୁ ଚାହୁଁଥିବା ଗୃହିଣୀମାନଙ୍କ ଲାଗି ଉତ୍ତମ ସମୟ। ଧନପ୍ରାପ୍ତି ଯୋଗ ରହିଛି।

Leave A Reply