ମଧ୍ୟପ୍ରଦେଶ ର ଇନ୍ଦୋର ରେ ଜଣେ ୧୮ ବର୍ଷୀୟ ଛାତ୍ର ହାର୍ଟ ଅଟାକ ରେ ମୃତ୍ୟୁ ବରଣ କରିଛନ୍ତି, ସେ ବର୍ତମାନ IIT ପାଇଁ ପ୍ରସ୍ତୁତ କରୁଥିଲେ, ଅଚାନକ ଭାବରେ ହାର୍ଟ ଅଟାକ ର ଘଟଣା ବିଶେଷ ଭାବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, ବର୍ତମାନ ଏହା ଗବେଷକ ଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି l ହାର୍ଟ ଆଟାକ ଗୋଟିଏ ଏଭଳି ମେଡିକାଲ ଏମର୍ଜେନ୍ସି ଅଟେ ଯାହା କେତେବେଳେ ଏବଂ କୌଣସି ପରିସ୍ଥିତି ରେ ମଧ୍ୟ ହୋଇଥାଏ l
ପୂର୍ବରୁ ଏହି ମାମଲା କେବଳ ବୟସ୍କ କିମ୍ବା ଖରାପ ଅଭ୍ୟାସ ରେ ପୀଡିତ ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳିଥାଏ l ହୃଦଘାତ ସେତେବେଳେ ହୋଇଥାଏ ଯେତେବେଳେ ହାର୍ଟ କୁ ରକ୍ତ ପହଂଚିବା ବନ୍ଦ ହୋଇଯାଇଥାଏ l ଏହା ରକ୍ତସଂଚାଳନ କୁ ବନ୍ଦ କରିଦେଇଥାଏ l ଯାହାଦ୍ୱାରା ହାର୍ଟ କୁ ଅକ୍ସିଜେନ ମିଳିପାରି ନଥାଏ l ଏବଂ ମାଂସପେଶୀ କ୍ଷତିଗ୍ରସ୍ତ ମଧ୍ୟ ହୋଇଥାଏ l
କାହିଁକି କମ ବୟସରେ ବୃଦ୍ଧି ପାଉଛି ହୃଦଘାତ –
ହୃଦଘାତ କୁ ନେଇ ବର୍ତମାନ ପୂର୍ବ ଭଳି ଆଉ ସ୍ଥିତି ନାହିଁ, ଆଜିକାଲି ଖୁବ ଛୋଟ ବୟସରେ ମଧ୍ୟ ଅସ୍ୱାସ୍ଥ୍ୟକର ଲାଇଫଷ୍ଟାଇଲ, ଖରାପ ଖାଦ୍ୟ ଓ ମୋଟାପଣ ର ଶିକାର ହେଉଛନ୍ତି, ଅଧିକାଂଶ ପିଲାମାନେ ଫାଷ୍ଟ ଫୁଡ, ସୁଗାର ଜାତୀୟ ଫ୍ୟାଟ ଖାଦ୍ୟ, ଏବଂ ଅଧିକ ଫ୍ରଜନ ଫୁଡ ସେବନ ବ୍ୟତୀତ ଅଧିକ ମୋବାଇଲ ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ବ୍ୟବହାର, ଯାହାକି ସେମାନଙ୍କ ଗତିବିଧି ବାଧା ହେଉଛି, ଯାହାଦ୍ୱାରା ହାର୍ଟ ରୋଗର କାରଣ ହେଉଛି l
ଯୁବକ ମାନଙ୍କ ମଧ୍ୟରେ ହୃଦଘାତ ବୃଦ୍ଧି ହେବାର କାରଣ –
ଯୁବକ ମାନଙ୍କ ନିକଟରେ ହାର୍ଟ ଆଟାକ ବୃଦ୍ଧି ହେଉଥିବାର କାରଣ ହେଉଛି ଉଚ୍ଚ ରକ୍ତଚାପ , ମଧୁମେହ, ଧୁମ୍ରପାନ, ମଦ୍ୟପାନ ଖରାପ ଖାଦ୍ୟଶୈଳୀ ସାମିଲ ରହିଛି l ଯଦି କୌଣସି ବ୍ୟକ୍ତି ଅଧିକ ମାନସିକ ଚାପରେ ରହୁଛନ୍ତି ତେବେ ଏହା ମଧ୍ୟ ହୃଦଘାତ ର କାରଣ l
ମୋଟାପା ହାର୍ଟ ଆଟାକ ର କାରଣ –
ମୋଟାପା ହାର୍ଟ ଆଟାକ ର ବିପଦ କୁ ଖୁବ ବୃଦ୍ଧି କରିଦେଇଥାଏ, ଅଧିକ ଓଜନ କାରଣରୁ ବ୍ଲଡ଼ ପ୍ରେସର ଓ କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ, ଯାହାକି ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ l ମୋଟାପା କାରଣରୁ ସୁଗାର ଓ ବ୍ଲଡ଼ ପ୍ରେସର ଭଳି ସମସ୍ୟା ଅଧିକ ବୃଦ୍ଧି ପାଇଥାଏ l ଯାହାକି ଜୀବନ ପାଇଁ ବିପଦ ଆଣିଥାଏ l