ଗୋଟିଏ ସୁସ୍ଥ ଜୀବନ ବଞ୍ଚିବାକୁ ହେଲେ କିଛିଟା ନିୟମ ଗ୍ରହଣ କରିବାକୁ ପଡିବ l କାରଣ ଆଜିକାଲିର ଜୀବନ ଚର୍ଯ୍ୟା ମଣିଷ କୁ ଅସୁସ୍ଥ କରି ଦେଉଛି l ଯେଉଁ କାରଣରୁ ଅଧିକରୁ ଅଧିକ ଲୋକ ରୋଗ ଗ୍ରସ୍ତ ହେଉଛନ୍ତି l ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ –
– ସବୁଦିନ ସକାଳ ୫ଟା ବ୍ରହ୍ମ ମୁହୂର୍ତ୍ତରୁ ଉଠନ୍ତୁ ଓ ଖାଲି ପେଟରେ ଗୋଟିଏ ଲିଟର ଉଷୁମ ପାଣି ପିଅନ୍ତୁ l
– ସକାଳ ଜଳଖିଆ ଠିକ ସମୟରେ ଖାଇବା ଆବଶ୍ୟକ , ଏଥିରେ ଯେପରି ୮୦ ପ୍ରତିଶତ ଆପଣଙ୍କ ପେଟ ଭରିବା ଉଚିତ l ତା ସହିତ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ l
-ମଧ୍ୟାହ୍ନ ଭୋଜନରେ ୭୦ ପ୍ରତିଶତ ପେଟଭରି ଖାଆନ୍ତୁ l ଏହାପରେ ସାମାନ୍ୟ ବଜ୍ର ଆସନରେ ବସିବା ଉଚିତ l
– ରାତ୍ରି ଭୋଜନରେ ଅଧା ପେଟ ଖାଆନ୍ତୁ l
– ଯେତେବେଳେ ଆପଣ ଭୋଜନ କରୁଛନ୍ତି ତାର ଅଧ ଘଣ୍ଟା ପରେ ଅଧ ଲିଟର ପାଣି ପିଅନ୍ତୁ l
– ପ୍ରତିଥର ଖାଇବାର ଏକଘଣ୍ଟା ଆଗରୁ ଗୋଟିଏ ଲିଟର ପାଣି ପିଅନ୍ତୁ l
– ରାତ୍ରି ଭୋଜନର ଏକ ଘଣ୍ଟା ପରେ ଶୁଅନ୍ତୁ l
– ରାତିରେ ଶୋଇବା ପୂର୍ବରୁ ୧ଗ୍ଲାସ ଉଷୁମ ପାଣି ପିଅନ୍ତୁ l
– ସପ୍ତାହରେ ଯେତେ ଅଧିକ ସବୁଜ ପନିପରିବା ନିଜ ଖାଦ୍ୟରେ ସାମିଲ କରନ୍ତୁ l ସେହି ପରିବା ଗୁଡିକ ମଧ୍ୟରେ ଲାଉ ,କଲରା ,ଅମୃତଭଣ୍ଡା ,ଶାଗ ,ସାଲାଡ଼ ଜାତୀୟ ଜିନିଷ ଇତ୍ୟାଦି ସାମିଲ ରହିବା ଆବଶ୍ୟକ l
– ଆମିଷ ଆବଶ୍ୟକତା ଠାରୁ ଅଧିକ ଖାଆନ୍ତୁ ନାହିଁ l
– ଯେତେବେଳେ ବି ପାଣି ପିଉଛନ୍ତି ବସିକି ପିଅନ୍ତୁ l ଠିଆ ଠିଆ ପାଣି ପିଇବା ଶରୀର ପକ୍ଷରେ କ୍ଷତିକାରକ ଅଟେ l
Comments are closed.