ଟୋକିଓ ଅଲମ୍ପିକ୍ସ : ଇସ୍ରାଏଲର ସନ୍ତରଣ ପ୍ରତିଯୋଗୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲେ , ମଧୁରିଙ୍କ ଗୀତ ଆଜା ନଚ୍ ଲେ ରେ ନାଚି ନାଚି ସନ୍ତରଣ କଲେ
ନୂଆଦିଲ୍ଲୀ : ବର୍ତ୍ତମାନ୍ ଟୋକିଓ ଅଲମ୍ପିକ୍ସ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି । ବିଶ୍ବର ପ୍ରାୟ ସମସ୍ତ ଦେଶର ଅଧିକାଂଶ ଖେଳାଳି ଏଥିରେ ଅଂଶ ଗ୍ରହଣ କରିଛନ୍ତି । ନିକଟରେ ଅଲମ୍ପିକ୍ସ ରେ ଇସ୍ରାଏଲ ର ସନ୍ତରଣ ପ୍ରତିଯୋଗୀ ସମସ୍ତ ଙ୍କ ଧ୍ୟାନ ଆକର୍ଷଣ କରିଥିଲେ ଓ ଚର୍ଚ୍ଚା ର ବିଷୟ ପାଲଟି ଗଲେ ।
ଇସ୍ରାଏଲ ର ସନ୍ତରଣ ଖେଳାଳି ଇଡନ୍ ବ୍ଲେଚର୍ ଓ ସେଲୀ ବୋବ୍ରି ଟସ୍କି ମଙ୍ଗଳବାର ଦିନ ମଧୁରିଙ୍କ ଗୀତ ଆଜା ନଚ୍ ଲେ ରେ ନାଚି ନାଚି ସନ୍ତରଣ କରିଥିଲେ । ଉଭୟଙ୍କ ର ଏହି ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେଲା ।
ଇସ୍ରାଏଲ ସନ୍ତରଣ ପ୍ରଦର୍ଶନ କାରୀଙ୍କର ଏହି ପ୍ରଦର୍ଶନ କୁ ଦେଖିଲେ ଲାଗୁଛି ଭାରତ ବାହାରେ ମଧ୍ୟ ବଲିଉଡ୍ ଗୀତର ଖୁବ୍ ଚାହିଦା ଅଛି । ବିଦେଶୀ ମାନେ ମଧ୍ୟ ହିନ୍ଦୀ ଚଳଚ୍ଚିତ୍ର ଓ ତାର ଗୀତକୁ ଖୁବ୍ ପ୍ରଶଂସା କରୁଛନ୍ତି । ଆନେ ଡ଼ାନମ୍ ନାମକ ଜଣେ ଟୁଇଟର ୟୁଜର ଇସ୍ରାଏଲ ସନ୍ତରଣ ଖେଳାଳି ଙ୍କ ର ଏହି ଭିଡିଓ ଟି ସେୟାର କରିଥିଲେ ଓ ଲେଖିଥିଲେ ” ତମକୁ ଅନେକ ଅନେକ ଧନ୍ୟବାଦ୍ , ତମେ ମାନେ ଜାଣି ନାହିଁ ଯେ ମୁଁ ତୁମ ମାନଙ୍କୁ ଦେଖିବା ଏବଂ ଶୁଣିବା ପାଇଁ କେତେ ଉତ୍ସାହିତ ଥିଲି ।
Comments are closed.