Odisha news

ଇଛା ଶକ୍ତି ଆଗରେ ହାର ମାନିଲା ଅର୍ଥର ବାଧକ : ଦୁଗ୍ଧ ବିକ୍ରି କରୁଥିବା ମହିଳାଙ୍କ ଝିଅ ପାଇଲେ ISS ( ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସ )

ନୂଆଦିଲ୍ଲୀ : UPSC ଦ୍ୱାରା ISS ପରୀକ୍ଷାର ଫଳାଫଳ ଘୋଷିତ ହୋଇଛି l ଏହି ପରୀକ୍ଷାରେ ହରିୟାଣା ର ହିସାର ର ଝିଅ ଦେଶରେ ଦ୍ୱାଦଶ ସ୍ଥାନ ଲାଭ କରିଛନ୍ତି l ବିନା କୋଚିଂ ରେ ଏହି ପରୀକ୍ଷାରେ ଉତ୍ତୀର୍ଣ ହୋଇଥିବା ହିସାର ର କଳ୍ପନାଙ୍କ ଘରକୁ ଶୁଭେଚ୍ଛା ବାର୍ତାର ସୁଅ ଛୁଟିଛି l କଳ୍ପନାଙ୍କ ମା ରାଜବାଳା ଙ୍କର ଖୁସି ଦ୍ବିଗୁଣିତ ହୋଇ ଯାଇଛି l ସେ କହିଛନ୍ତି ମୋ ଝିଅ କେବଳ ଘରର ନାମ ନୁହେଁ ସାରା ହରିୟାଣା ନାମକୁ ଆଲୋକିତ କରିଛି l

ସେ କହିଛନ୍ତି ତାଙ୍କ ଝିଅ ଛୋଟ ବେଳରୁ ପାଠ ପଢା ପ୍ରତି ଖୁବ ସଚେତନ l ବିନା କୋଚିଂ ରେ ମୋ ଝିଅ ସଫଳତା ଲାଭ କରିଛି l ରାଜବାଳା ଗାଁ ରେ ଡାଏରୀ ଫାର୍ମ ଚଳାନ୍ତି l ସେ ନିଜେ ଗାଡି ଚଳାଇ ହିସାର ପର୍ଯ୍ୟନ୍ତ ଦୁଗ୍ଧ ବିକ୍ରି କରିବାକୁ ଯାଆନ୍ତି l ତାଙ୍କ ପିତା ଚାକିରୀ କରିଛନ୍ତି ଓ ଭାଇ ରୋହତକ ରେ MBBS ଶିକ୍ଷା ଗ୍ରହଣ କରୁଛନ୍ତି l ଲାଲ୍ପାନଙ୍କୁ ପଚରା ଯିବାରୁ ସେ ସମସ୍ତ ଶ୍ରେୟ ନିଜ ପରିବାରକୁ ଦେଇଥିଲେ l ସେ କହିଛନ୍ତି ଗୋଟିଏ ପରିବାରର ସଦସ୍ୟଙ୍କ ନିକଟରୁ ମନୋବଳ ପାଇଲେ ଜଣେ ଜୀବନରେ ସବୁକିଛି କରି ପାରିବ l ତା ସହିତ କଠିନ ପରିଶ୍ରମ ଓ ବିଶ୍ୱାସ ରଖି କର୍ମ ପଥରେ ଆଗେଇ ଯିବା ଆବଶ୍ୟକ l  ଇଛା ଶକ୍ତି ଥିଲେ ମଣିଷ କେଉଁଠ ମଧ୍ୟ ହାରିବ ନାହିଁ l

Shares