ଯେତେବେଳେ ହର୍ମନ ରେ ସାମାନ୍ୟ ପରିବର୍ତ୍ତନ ହୋଇଥାଏ ଏହାର ପ୍ରଭାବ ଆମ ଶରୀର ଉପରେ ପଡିବାକୁ ଲାଗିଥାଏ l ଏପରିକି ଏହାର ପ୍ରଭାବ ଆମର ଭୋକ, ନିଦ ଓ ମାନସିକ ଉତେଜନା ଉପରେ ମଧ୍ୟ ପଡିଥାଏ l ହର୍ମନ ଅସନ୍ତୁଳନ ର ଅର୍ଥ ଅଧିକ କିମ୍ବା ଖୁବ କମ ଶରୀର ରେ ପ୍ରସ୍ତୁତ ହେବା l ଏହାକୁ ସମୟ ଥାଉ ଥାଉ ଠିକ କରିବା ଜରୁରୀ l ଗବେଷକ ଙ୍କ ମତରେ କିଛିଟା ଲକ୍ଷଣ ହର୍ମନ ଇମ୍ବାଲାନ୍ସ କୁ ଦର୍ଶାଇ ଥାଏ , ଯାହାକୁ ଅଣଦେଖା କରିବା ଉଚିତ ନୁହେଁ l
*ହର୍ମୋନ୍ସ କଣ :-
ହର୍ମନ୍ସ ଆମ ଶରୀର ର କୋଶିକା ଓ ଗ୍ରନ୍ଥୀ ରୁ ବାହାରୁଥିବା କେମିକାଲସ ବା ରସାୟନ ଅଟେ l ଯାହାକି ଶରୀରର ଅନ୍ୟ କୋଶିକା ଓ ଗ୍ରନ୍ଥୀ ଉପରେ ପ୍ରଭାବ ପକାଇଥାଏ l ଏହି ହର୍ମନ୍ସ ର ସିଧାସଳଖ ପ୍ରଭାବ ଆମ ମେଟାବୋଲିଯିମ , ଇମ୍ୟୁନ ସିଷ୍ଟମ , ରିପ୍ରଡକ୍ଟିଭ ସିଷ୍ଟମ , ଶରୀର ର ବିକାଶ ଓ ମୁଡ଼ ଉପରେ ପଡିଥାଏ l ଜୀବନ ର ଅଲଗା ଅଲଗା ସମୟ ରେ ଯେପରିକି ଗର୍ଭଧାରଣ , ଋତୁସ୍ରାବ ଓ ମେନୋପଜ ପର୍ଯ୍ୟନ୍ତ ଶରୀରରେ ହର୍ମନ୍ସ ସ୍ତର ଅଲଗା ଅଲଗା ରହିଥାଏ l କିଛି ଔଷଧ ଓ ଚିକିତ୍ସା ମଧ୍ୟ ହର୍ମନ୍ସ କୁ ପ୍ରଭାବିତ କରିଥାଏ l
* ହର୍ମନ୍ସ ଅସନ୍ତୁଳନ ର ଲକ୍ଷଣ :-
– ଅଚାନକ ଓଜନ ବଢିବା , ଅଣ୍ଟା ରେ ଚର୍ବି ବଢିବା
– ପ୍ରତ୍ୟେକ ସମୟରେ ଥକା ଲାଗିବା
– ନିଦ ନେହେବା
– ଗ୍ୟାସ , ଏସିଡିଟି ଓ ବଦହଜମୀ ହେବା
– ମାନସିକ ଚାପ , ଚିନ୍ତା ଓ ଚିଡି ଲାଗିବା
– ଅତ୍ୟଧିକ ଝାଳ ବାହାରିବା ଓ ସେକ୍ସ କରିବାକୁ ଇଚ୍ଛା ନହେବା
– କେଶ ଝଡ଼ିବା, ଅସମୟ ରେ ଧଳା ହୋଇଯିବା
– ଅଧିକ ଶୋଷ କେତେବେଳେ ଲାଗିଥାଏ ତ ଆଉ କେତେବେଳେ ଥଣ୍ଡା ଲାଗିଥାଏ
* ଏହିସବୁ ଲକ୍ଷଣ କୁ ଅଣଦେଖା କରନ୍ତୁ ନାହିଁ :-
ଅନେକ ମନୋବିଜ୍ଞାନୀ ଙ୍କ ମତରେ ଏହିସବୁ ଲକ୍ଷଣ କୁ ଅଣଦେଖା କରିବା ଠିକ ନୁହେଁ l ଏହା ଆପଣଙ୍କ ଇମ୍ୟୁନ ସିଷ୍ଟମ ପାଇଁ ବିପଦପୂର୍ଣ୍ଣ ଅଟେ ଏବଂ ଶରୀରରେ କାର୍ତିଶୋଲ ସ୍ତର କୁ ମଧ୍ୟ ପ୍ରଭାବିତ କରିଥାଏ l ଅତ୍ୟଧିକ ଷ୍ଟ୍ରେସ , ନିଦ୍ରା ହୀନତା , ପ୍ରଶେଷଡ଼ ଫୁଡ , ସୁଗାର ଯୁକ୍ତ ଖାଦ୍ୟ କୁ ଏହି ଇମ୍ଫଲମେସନ କୁ ବୃଦ୍ଧି କରିଥାଏ l
* ହାର୍ମୋନାଲ ଇମବାଲାନ୍ସ କାରଣରୁ ବଢୁଥିବା ଇମ୍ଫଲାମେସନ କୁ ଅଟକାଇବା ପାଇଁ ପ୍ରକୃତିକ ଖାଦ୍ୟ , ପର୍ଯ୍ୟାପ୍ତ ନିଦ , ଖାଦ୍ୟପେୟ ସହିତ ନିୟମିତ ବ୍ୟାୟାମ ଇତ୍ୟାଦିକୁ ନିହାତି ଧ୍ୟାନ ଦେବା ଜରୁରୀ l ସୂର୍ଯ୍ୟୋଦୟ ପରେ ମୋବାଇଲ ର ଲାଇଟ ଠାରୁ ଦୂରେଇ ରହିବା ଜରୁରୀ l କାରଣ ଏହାଦ୍ୱାରା ଇମ୍ଫଲାମେସନ ର ସ୍ତର କମ କରୁଥିବା ଆଣ୍ଟିଆକ୍ସିଡାଣ୍ଟ ମେଲାଟନୀନ ର ନିର୍ମାଣ ହୋଇଥାଏ l ଯାହାଦ୍ୱାରା ଭଲ ନିଦ ହୋଇଥାଏ l ଉତେଜନା ମୁକ୍ତ ରହିବା ପାଇଁ ଇମ୍ୟୁନ ସିଷ୍ଟମ କୁ ବୁଷ୍ଟ କରିବା ପାଇଁ ମେଡିଟେସନ କରନ୍ତୁ l ଶରୀରକୁ ହାଇଦ୍ରେଟ ରଖିବା ପାଇଁ ଅଧିକ ପାଣି ପିଇବା ଜରୁରୀ l
* କଣ ଖାଇବା ଜରୁରୀ -:
ସତେଜ ଫଳ ମୂଳ ଓ ପନିପରିବା ଖାଇବା ଆବଶ୍ୟକ l
-ଗ୍ରୀନ ଟି ରେ ଥୀୟାନାଇନ ପ୍ରକୃତିକ ତତ୍ୱ ମିଳିଥାଏ , ଯାହାକି ହର୍ମନ୍ସ କୁ ସନ୍ତୁଳିତ ରଖିଥାଏ l
-ନିଜ ମଧ୍ୟାହ୍ନ ଭୋଜନ ରେ ଓଟ୍ସ ସହିତ ଦହି ସେବନ କରନ୍ତୁ l
– ପାଣି ଉଚିତ ମାତ୍ରାର ପିଇବା ଜରୁରୀ l
– ସୂର୍ଯ୍ୟମୁଖୀ ମଞ୍ଜି , ଅଣ୍ଡା , ଡ୍ରାଏ ଫ୍ରୁଟସ , ଚିକେନ ରେ ଓମେଗା ୩ ଓ ୬ ଫ୍ୟାଟି ଏସିଡ ରହିଥାଏ l
– ପଇଡ଼ ପାଣି ନିୟମିତ ପିଇବା ଦ୍ୱାରା ହର୍ମନ୍ସ ସନ୍ତୁଳିତ ରହିଥାଏ l
– ଭିଟାମିନ୍ସ ଓ ମିନେରାଲ୍ସ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ l ଯେଉଁ ଖାଦ୍ୟ ରେ କ୍ୟାଲୋରି ଅଧିକ ତାହାକୁ ଖାଇବା ଉଚିତ ନୁହେଁ l