ପାରାଦୀପ : ଆରମ୍ଭ ହେଲା ଆମ ଓଡିଶା ନବୀନ ଓଡିଶା | ଜଗତସିଂପୁର ଜିଲ୍ଲା ର ସମସ୍ତ ବ୍ଳକ ରେ ଏହି କାର୍ଯ୍ୟକ୍ରମ ଆଜି ଆରମ୍ଭ କରାଯାଇଥିବା ବେଳେ ବ୍ଲକ ର ମୁଖ୍ୟାଳୟ ରେ ସ୍ତାନୀୟ ବିଧାୟକ , ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚ ସମିତି ସଭ୍ଯ ଙ୍କ ସମେତ ବହୁ ସ୍ଵୟଂ ସହାୟିକା ମାନେ ଯୋଗଦେଇଥିଲେ | ମୋଟ 198 ଟି ଗ୍ରାମ ପଞ୍ଚାୟତ ରେ 2 ହଜାର 2 ଶହ 99 ti ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ମୋଟ 99 କୋଟି ଟଙ୍କା ମଞ୍ଜୁର କରିଥିବା ଭିଡିଓ କନଫରେନ୍ସ ମାଧ୍ୟମରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ | ଆଜିକାର କାର୍ଯ୍ୟକ୍ରମ ରେ ଭୁବନେଶ୍ଵର ରୁ ମୁଖ୍ୟମନ୍ତ୍ରୀ ଓ 5 t ର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ରହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା ବେଳେ କୁଜଙ୍ଗ ବିରିଡ଼ି ନାଉଗାଁ, ତିର୍ତୋଲ, ବାଲିକୁଦା ଏରସମା ଓ ଜଗତସିଂହପୁର ଜିଲ୍ଲା ସଦରମହକୁମା ରେ ମଧ୍ଯ କାର୍ଯ୍ୟକ୍ରମ ଅୟୋଜିତ କରାଯାଇଥିଲା |