Odisha news

ଆସନ୍ତୁ ଜାଣିବା ଆଜି ଦିନଟି କେମିତି କଟିବ

0

ମେଷ: ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଅଫିସରେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା ହେବ। କାର୍ଯ୍ୟକ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତି ସାହାଯ୍ୟ କରିବେ। ରାଜନୀତିରେ ସମ୍ମାନ ବଢ଼ିବ।

ବୃଷ: ଚାକିରିଆଙ୍କର ବେତନ ବୃଦ୍ଧି ହେବ। ଛୋଟ ପିଲା ଚିତ୍ର ଆଙ୍କିବାରେ ବ୍ୟସ୍ତ ରହିବେ। ସଂପତ୍ତି ମାମଲାରେ ବରିଷ୍ଠ ଲୋକଙ୍କ ସହିତ କଥା ହୁଅନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମିଥୁନ: ଛୋଟିଆ କଥାରେ ବିରକ୍ତ ହୁଅନ୍ତୁ ନାହିଁ। ବିରୋଧୀ ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହିଁବେ। କୌଣସି ଅର୍ନ୍ତରାଷ୍ଟ୍ରୀୟ କଂପାନିରେ ଚାକିରିର ସୁଯୋଗ ଆସିବ।

କର୍କଟ: ଆପଣଙ୍କ ଭିତରେ ନୂଆ ଶକ୍ତି ସଂଚାର ହେବ। କୌଣସି ଧାର୍ମିକ ଆୟୋଜନରେ ସାମିଲ ହୋଇପାରନ୍ତି। ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ଲେଖାପଢ଼ାରେ ସାଥୀର ସାହାଯ୍ୟ ପାଇବେ।

ସିଂହ: ଜୀବନସାଥୀ ସହିତ ସୁଖଦ କ୍ଷଣ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ପ୍ରତିଭା ଦେଖାଇବେ। ଭଲ ଚାକିରି ମିଳିବ। ବନ୍ଧୁ ସହିତ ହୋଟେଲକୁ ଭୋଜନ ପାଇଁ ଯିବେ।

କନ୍ୟା: ବ୍ୟବସାୟରେ ଭଲ ଅର୍ଜନ କରିବାରେ ସଫଳ ହେବେ। ଅର୍ଥ ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣ କାହାରି ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ

ତୁଳା: ପାରିବାରିକ ସମସ୍ୟା ଦୂର ହେବ। ପାର୍ଟ ଟାଇମ୍‌ କାମ କରିବାର ଯୋଜନା ପୂରା ହେବ। ଛାତ୍ର କଂପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବେ। ଯାତାୟାତ ବେଳେ ସାବଧାନ ରହନ୍ତୁ।

ବିଛା: ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ବନ୍ଧୁଙ୍କୁ ଭେଟିବାର ମଉକା ପାଇବେ। ଆପଣଙ୍କ ପିଲାଙ୍କୁ ପୁରସ୍କାର ମିଳିବା ଯୋଗୁଁ ଖୁସି ହେବ

ଧନୁ: ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ। କର୍ତ୍ତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ଆପଣଙ୍କର କୌଣସି ଇଚ୍ଛା ପୂରା ହୋଇପାରେ। ଶତ୍ରୁ ପକ୍ଷ ଆପଣଙ୍କ ଠାରୁ ଦୂରେଇ ରହିବେ।

ମକର: ପରିବାରର ଛୋଟ ପିଲା ଆପଣଙ୍କୁ କିଛି ଖୁଆଇବା ପାଇଁ ଗୁହାରି କରିବେ। ଆପଣ କୌଣସି କଥାକୁ ନେଇ ବିଚାର ବିମର୍ଶ କରିବେ। ଓକିଲଙ୍କ ଲାଗି ଦିନଟି ଭଲ ରହିବ।

କୁମ୍ଭ: ଛୋଟ ଛୋଟ କଥାରେ ବିରକ୍ତ ହୁଅନ୍ତୁ ନାହିଁ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ ଦେବେ। ବ୍ୟବସାୟରେ ବଡ଼ ଚୁକ୍ତି ହେବା ଯୋଗୁଁ ଧନଲାଭ ହେବ। ଘରକୁ କୁଣିଆ ଆସିବେ।

ମୀନ: ବୈବାହିକ ଜୀବନରେ ପ୍ରସନ୍ନତା ରହିବ। ଅଧୁରା କାମ ପୂରା କରିବାରେ ସଫଳ ହେବେ। ଅଫିସ କାମ ପୂରା କରିବାକୁ ତରତର ହୁଅନ୍ତୁ ନାହିଁ। ଋଣର ମାସିକ କିସ୍ତି ପୂରା ହୋଇଯିବ।

Leave A Reply