ପିପିଲି -ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର ଦିନ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୩ ଏବଂ ଓଡିଶା ମିଲେଟସ୍ ପ୍ରତିଯୋଗିତା ଗୋବିନ୍ଦପୁର ନୋଡାଲ ସ୍କୁଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଚିନ୍ତାମଣି ଓଝା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସଭା ରେ ମୁଖ୍ୟ ଅତିଥି ଭାବରେ ଗୋବିନ୍ଦପୁର ନୋଡାଲ ସ୍କୁଲ୍ ର ପ୍ରଧାନଶିକ୍ଷୟିତ୍ରୀ ମଧୁଛନ୍ଦା ମିଶ୍ର, ଅତିଥି ଭାବେ ଗୋବିନ୍ଦପୁର ହାଇସ୍କୁଲ ର ଶିକ୍ଷୟିତ୍ରୀ ଇତିଶ୍ରୀ ନାୟକ, ହରିଅନ୍ତା ପିୟୁପି ର ପ୍ରଧାନଶିକ୍ଷକ ଶକ୍ତି ପ୍ରସନ୍ନ ମହାନ୍ତି, ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାପୀଠର ଶିକ୍ଷକ,ଚନ୍ଦ୍ର ଶେଖର ପ୍ରଧାନ ଯୋଗ ଦେଇ ସୁରଭି ପ୍ରୋଗ୍ରାମ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କ ର ଅନେକ ଅନ୍ତର୍ନିହିତ ଗୁଣାବଳୀର ବିକାଶ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବକ୍ତୃତା, ସଙ୍ଗୀତ, ଚିତ୍ରାଙ୍କନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ୧୦ ପ୍ରକାରର ଏବଂ ମିଲେଟସ୍ ସମ୍ବନ୍ଧୀୟ ୩ ପ୍ରକାର ପ୍ରତିଯୋଗିତା ରେ ଗୋବିନ୍ଦପୁର କ୍ଲଷ୍ଟର ର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକର ଚତୁର୍ଥ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ୧୩୭ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୨୭ଜଣ ଛାତ୍ରଛାତ୍ରୀ ବ୍ଲକ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ। ବରିଷ୍ଠ ଶିକ୍ଷକ ସନ୍ତୋଷ ନାୟକ,ସଞ୍ଜିବ ରଥ, ଉମେଶ କୁମାର ନାୟକ, ସସ୍ମିତା ମିଶ୍ର, ସୁନୀତା ନାୟକ, ଚିନ୍ମୟୀ ସାହୁ, ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ, ସନ୍ଧ୍ୟାରାଣୀ ପାତ୍ର, ସ୍ନିଗ୍ଧା ପ୍ରଧାନ, କନକଲତା ପରିଡା, କୁନି ଦାସ , ବେବିରାଣୀ ବେହେରା, ମିନତୀ ଦାସ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।