୫ କୋଟିରୁ ଅଧିକ ଲୋକଙ୍କ ପାଖରେ ହାତ ସଫା କରିବାର ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ । ସେଥିପାଇଁ ଏମାନଙ୍କଠାରେ କରୋନା ସଂକ୍ରମଣ ଆଶଙ୍କା ଅଧିକ । ଭାରତ, ପାକିସ୍ତାନ, ଚୀନ, ବାଂଲାଦେଶ, ନାଇଜିରିଆ, ଇଥିଓପିଆ, କଙ୍ଗୋ ଓ ଇଣ୍ଡୋନେସିଆର ପାଞ୍ଚ କୋଟିରୁ ଅଧିକ ଗରିବ ତଥା ମଧ୍ୟବିତ୍ତ ଲୋକଙ୍କ ପାଖରେ ହାତ ଧୋଇବାର ସୁବିଧା ନାହିଁ । ସେମାନଙ୍କ ପାଖରେ ସାବୁନ୍ ତଥା ସ୍ୱଚ୍ଛ ଜଳର ବ୍ୟବସ୍ଥା ନାହିଁ । ସାନିଟାଇଜର୍ ଭଳି ଜିନିଷ ସେମାନଙ୍କ ପାଇଁ ଅସ୍ଥାୟୀ ବ୍ୟବସ୍ଥା । ହାତ ଧୋଇବାର ଉଚିତ୍ ବ୍ୟବସ୍ଥା ନ ଥିବାରୁ ପ୍ରତି ବର୍ଷ ସାତ ଲକ୍ଷରୁ ଅଧିକ ଲୋକଙ୍କ ମୃତୁ୍ୟ ହେଉଛି ।