Odisha news

ଦୀପିକା ଦେଉଛନ୍ତି ଡିପ୍ରେସନ୍‌ ଟିପ୍ସ

0

ଲକ୍‌ଡାଉନ୍‌ ଯୋଗୁ ମାସ ମାସ ଘରେ ବସି ରହି ଲୋକଙ୍କ ଷ୍ଟ୍ରେସ୍‌ ଓ ଅବସାଦ ସମସ୍ୟା ବଢ଼ିଗଲାଣି । ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଅତୀତରେ ଡିପ୍ରେସନ୍‌ର ଶିକାର ହୋଇଥିବାରୁ ଏହି ସ୍ୱାସ୍ଥ୍ୟ ସମସ୍ୟାର କେତେକ ସମାଧାନ ସୂତ୍ର ଦେଇଛନ୍ତି । ତାଙ୍କ ମତରେ ଏପରି ସ୍ଥିତିରେ ଲୋକଙ୍କ ମାନସିକ ସ୍ଥିତି ଲଗାତର ଯାଞ୍ଚ କରିବା ଉଚିତ । ସେ ନିଜ ସୋସାଲ ମିଡିଆ ଆକାଉଣ୍ଟରେ ୧୧ ଷ୍ଟେପ୍‌ର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଜେସନ୍‌ ପୋଷ୍ଟ କରିଛନ୍ତି ଯାହା ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ସୁଧାରିବାରେ ସାହାଯ୍ୟ କରିପାରିବ । ତାଙ୍କ ମତରେ ପ୍ରତ୍ୟେକେ ନିଜ ଯନି ନେବା ସହ ନିଜକୁ ଭଲପାଇବା ଉଚିତ । ନିଜ ଡରକୁ ସ୍ୱୀକାର କରି ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ପସନ୍ଦ ଅନୁଯାୟୀ ଦିନସାରା ସେହି କାମ କରିବା ଉଚିତ । ପ୍ରତିଦିନର ଦିନଚର୍ଯ୍ୟା ଅନୁଯାୟୀ ସମୟ କାଟନ୍ତୁ । ଧ୍ୟାନ ଓ ବ୍ୟାୟାମ କରିବା ଜରୁରୀ । ଗୀତ ଶୁଣନ୍ତୁ । ଲାଜ କରନ୍ତୁ ନାହିଁ ।

Leave A Reply