ଶୀତଦିନରେ ବିଭିନ୍ନ ପ୍ରକାରର ଶୀତଦିନିଆ ଫଳ ମିଳିଥାଏ ,ଯାହାକୁ ଖାଇ ଆମେ ଆମ ସ୍ୱାସ୍ଥ୍ୟକୁ ସୁନ୍ଦର ରଖି ପାରିବା l ଯେପରିକି ଶୀତଦିନ ଫଳ ମାନଙ୍କ ମଧ୍ୟରେ ଗୋଟିଏ ହେଉଛି କଳା ଅଙ୍ଗୁର ଯାହାକୁ ସମସ୍ତେ ଅଧିକ ପସନ୍ଦ କରି ଥାନ୍ତି l ଅଧିକାଂଶ ସମୟରେ ଲୋକମାନେ ଜାଣିବାକୁ ଚାହିଁଥାନ୍ତ କଳା ଓ ଧଳା ଅଙ୍ଗୁର ମଧ୍ୟରେ କଣ ପାର୍ଥକ୍ୟ ରହିଛି l ଗୁଣ ଅନୁସାରେ ଦୁଇଟି ଯାକ ଅଙ୍ଗୁର ଶରୀର ପାଇଁ ହିତକର ,କିନ୍ତୁ କଳା ଅଙ୍ଗୁର ସ୍ୱାସ୍ଥ୍ୟ ସହିତ ତ୍ୱଚା ପାଇଁ ମଧ୍ୟ ଲାଭ ଦାୟକ l ଆସନ୍ତୁ ଜାଣିବା କଳା ଅଙ୍ଗୁର ବିଷୟରେ l
* କଳା ଅଙ୍ଗୁରରେ ଥିବା ପୋଷକତତ୍ୱ -କଳା ଅଙ୍ଗୁରରେ ଗ୍ଲୁକୋଜ ,ମ୍ୟାଗନେସିୟମ ଓ ସାଇଟ୍ରିକ ଏସିଡ ଭଳି ପୋଷକତତ୍ୱ ମିଳିଥାଏ l ଟିବି ,କ୍ୟାନ୍ସର ଓ ରକ୍ତରେ ସଂକ୍ରମଣ ଭଳି ରୋଗପାଇଁ ଲାଭ ଦାୟକ ଅଟେ l
* ତ୍ୱଚା ,ସ୍ୱାସ୍ଥ୍ୟ ଓ କେଶ ପାଇଁ ଲାଭ ଦାୟକ -କଳା ଅଙ୍ଗୁର ସେବନ କରିବା ଦ୍ୱାରା ମଧୁମେହ ରୋଗରୁ ଆରମ୍ଭ ମିଳିଥାଏ l ଏହି ଅଙ୍ଗୁରରେ ରେସବର୍ତଲ ନାମକ ପଦାର୍ଥ ରହିଥାଏ ଯାହା ରକ୍ତକୁ ସନ୍ତୁଳିତ ରଖେ l କଳା ଅଙ୍ଗୁର ଶରୀରରେ ରକ୍ତ ପ୍ରବାହକୁ ଠିକ ରଖିବା ସହିତ ରକ୍ତ ଚାପକୁ ମଧ୍ୟ ନିୟନ୍ତ୍ରିତ ରଖେ l
* ସ୍ୱାସ୍ଥ୍ୟ ପାଇଁ ହିତକର- କଳା ଅଙ୍ଗୁରରେ ଥିବା ସାଇଟୋ କେମିକାଲ ହୃତ୍ପିଣ୍ଡକୁ ସୁସ୍ଥ ରଖିଥାଏ l ଏହା ଶରୀରରେ କୋଲେଷ୍ଟ୍ରଲର ମାତ୍ରାକୁ ନିୟନ୍ତ୍ରିତ ରଖିବା ସହିତ ହୃଦୟ ସମ୍ବଧୀୟ ସମସ୍ୟାକୁ ମଧ୍ୟ ଦୁରେଇ ଦେଇଥାଏ l ଶରୀରରେ ଯଦି କୌଣସି ସଂକ୍ରମଣ ରହିଛି ଏବଂ ଜଣ୍ଡିସ ସହିତ ଲଢ଼ିବା ପାଇଁ କଳା ଅଙ୍ଗୁର ସାହାଯ୍ୟ କରିଥାଏ l ଫୁସଫୁସକୁ ସୁସ୍ଥ ରଖିବା ସହିତ ଶ୍ୱାସ ମଧ୍ୟ ଠିକ କରିଥାଏ l
* ତ୍ୱଚା ଓ କେଶ ପାଇଁ ହିତକର- କେବଳ ଏତିକି ନୁହେଁ କଳା ଅଙ୍ଗୁର ଆପଣଙ୍କ ତ୍ୱଚାକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ଆପଣ ଯଦି ପ୍ରତେକ ଦିନ କଳା ଅଙ୍ଗୁର ଖାଇବେ ତେବେ ଏହା ଆପଣଙ୍କ ତ୍ୱଚାରେ କୁଞ୍ଚନ ଆସିବାକୁ ଦେବା ନାହିଁ l ତା ସହିତ କେଶ ଝାଡ଼ିବା କିମ୍ବା କେଶ ମୂଳରେ ରୁପି ହେବାରୁ ମଧ୍ୟ କଳା ଅଙ୍ଗୁର ଦୂର କରିଥାଏ l ଏଥିରେ ଥିବା ଭିଟାମିନ-ଇ ଉଭୟ କେଶ ଓ ତ୍ୱଚା ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ l