Odisha news

ବାସ୍ତୁଶାସ୍ତ୍ର ଅନୁସାରେ ପୂଜାଘରେ ଭୁଲ୍ ରେ ମଧ୍ୟ ରଖନ୍ତୁ ନାହିଁ ଏହିସବୁ ଜିନିଷ : ହୋଇପାରେ ଆପଣଙ୍କ କ୍ଷତି

0

ବାସ୍ତୁଶାସ୍ତ୍ର ଘରର ପ୍ରତେକ ସ୍ଥାନକୁ ବିସ୍ତୃତ ଭାବରେ ଦର୍ଶାଇ ଥାଏ l କେଉଁ ଦିଗରେ କଣ ରହିବା ଆବଶ୍ୟକ ଓ ମୁଖ୍ୟ ଦ୍ୱାରରୁ ନେଇ ବାରି ଦ୍ୱାରା ପର୍ଯ୍ୟନ୍ତ ସବୁକିଛି ଦର୍ଶା ଯିବାକୁ ନେଇ ସଚେତନ କରାଯାଏ l କେଉଁ ସ୍ଥାନରେ କଣ ରହିବ ଆବଶ୍ୟକ ତାହା ଆମେ ବାସ୍ତୁଶାସ୍ତ୍ର ଜରିଆରେ ଜାଣିଥାଉ l ଆଜି ଆମେ ଆପଣଙ୍କୁ ପୂଜା ଘର ବିଷୟରେ କହିବୁ ,ପୂଜା ଘରେ କେଉଁ ଜିନିଷ ଇରହିବ ଶୁଭ ଓ କେଉଁ ଜିନିଷ ରହିବ ଅଶୁଭ ସେ ବିଷୟରେ ସୂଚାଇ ଦେବୁ l

* ଶୁଖିଲା ଫୁଲ -ପ୍ରତେକ ଦିନ ଆମେ ପୂଜା କଲାବେଳେ ଠାକୁରଙ୍କୁ ଫୁଲ ସଜାଇଥାଉ l ଏହା ଭଲକଥା ଅଟେ ଯେ ଭଗବାନଙ୍କ ପୂଜାରେ ଫୁଲକୁ ଜରୁରୀ ଅଟେ ବୋଲି କୁହାଯାଏ l ଆମେ ପ୍ରତିଦିନ ଫୁଲ କାଢିଲ ପରେ ସେହି ଫୁଲକୁ ପୂଜା ଘରର ଗୋଟିଏ କଣରେ ରଖି ଦେଇଥାଉ ଯାହା ଆମଘରେ ନକାରାତ୍ମକ ଶକ୍ତି ବଢିଥାଏ l ଘରେ ଶୁଖିଲା ଫୁଲ ରହିବ ଦ୍ୱାରା ଦରିଦ୍ରତାକୁ ନିମନ୍ତ୍ରଣ ଦେଲା ଭଳି ହୋଇଥାଏ l

* ମୂର୍ତ୍ତି -ଏପରି ମାନ୍ୟତା ରହିଛି ଯେ ଗୃହସ୍ଥ ବ୍ୟକ୍ତି ମାନଙ୍କ ପାଇଁ ଯଦି ମୂର୍ତ୍ତି ପୂଜା କରୁଛନ୍ତି ତେବେ ସ୍ୱତନ୍ତ୍ର ଭାବରେ ବ୍ରାହ୍ମଣ ଡାକି ହୋମ କରି ସ୍ଥାପନ କରିବା ବଶ୍ୟକ l ଯଦି ଆପଣ ଚାହିଁବେ ତେବେ ମୂର୍ତ୍ତି ସ୍ଥାନରେ ଠାକୁରଙ୍କ ଫଟୋ ରଖି ପୂଜା କରିପାରିବେ l

* ଏପରି ଫଟୋ ରଖନ୍ତୁ ନାହିଁ -ନିଜ ପୂଜା ଘରେ କିଛି ଲୋକ ନିଜ ପୂର୍ବଜଙ୍କ ଫଟୋ ରଖି ପୂଜା କରୁଥିବା ଦେଖିବାକୁ ମିଳିଥାଏ l ଶାସ୍ତ୍ର ଅନୁସାରେ ଏହା ଠିକ ନୁହେଁ ,ପୂର୍ବଜଙ୍କ ଫଟୋ ଠାକୁର ଘରେ ଲଗାଇବା ବଦଳରେ ଆପଣ ନିଜ ଘରର ଦକ୍ଷିଣ ଦିଗର କାନ୍ଥରେ ଲଗାଇ ପାରିବେ l ଏପରି କରିବା ଦ୍ୱାରା ପିତୃ ପୁରୁଷ ପ୍ରସନ ହୋଇ ଥାନ୍ତି l

* ଶଙ୍ଖ -ପୂଜା ଘରେ ଗୋଟିଏରୁ ଅଧିକ ଶଙ୍ଖ ରଖନ୍ତୁ ନାହିଁ l ପୂଜା କରିବା ପାଇଁ ମାତ୍ର ପ୍ରତେକ ଦିନ ଗୋଟିଏ ଶଙ୍ଖର ପ୍ରୟୋଗ କରନ୍ତୁ l ଶଙ୍ଖକୁ ଭଗବାନ ବିଷ୍ଣୁଙ୍କର ପ୍ରତୀକ କୁହାଯାଏ l

* ଶିବ ଲିଙ୍ଗ -ପୂଜା ଘରେ କିପରି ଶିବଲିଙ୍ଗ ରଖିବା ଉଚିତ ଏହାକୁ ନେଇ ଶାସ୍ତ୍ରରେ ବିଭିନ୍ନ ନିୟମ କୁହାଯାଇଛି l ଯଦି ଆପଣ ପୂଜାଘରେ ଶିବଲିଙ୍ଗ ରଖିବାକୁ ଚାହୁଁଛନ୍ତି ତେବେ ମାନେ ରଖନ୍ତୁ ନିଜ ବୁଢା ଆଙ୍ଗୁଠି ଠାରୁ ଅଧିକ ଉଚତା ବିଶିଷ୍ଟ ଶିବ ଲିଙ୍ଗ ରଖିବେ ନାହିଁ l ଶିବଲିଙ୍ଗ ପୂଜା ଘରର ଗୋଟିଏ ସମ୍ବେଦନ ଶିଳ ପୂଜା ଆକୃତି ଭାବରେ ଗ୍ରହଣ କରାଯାଇଥାଏ l ତେଣୁ ଯଦି ଆପଣ ବଡ଼ ଧରଣର ଶିବଲିଙ୍ଗ ରଖିବାକୁ ଚାହୁଁଛନ୍ତି  ତେବେ ପୂଜାଘର ବାହାରେ ସ୍ଥାପନ କରନ୍ତୁ l

Leave A Reply