Odisha news

ଦୁଇ ବର୍ଷର ଚାଉଳକୁ ଲୁଟ କଲେ ରିଟେଲର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

0

ଗୋପ, ପୁରୀ ଜିଲ୍ଲା ଗୋପବ୍ଲକ ବନ୍ତଳୀଗା୍ରମ ପଞ୍ଚାୟତ ତରଣାଗ୍ରାମର ଜଣେ ରେସନ କାର୍ଡ ହିତାଧିକାରୀ ନିଜର ପ୍ରାପ୍ୟ ପାଇବା ପାଇଁ ସପରିବାର ସହ ବ୍ଲକ ସମ୍ମୁଖରେ ଧାରଣାରେ ବସିରହିଲେ । ତରଣା ଗ୍ରାମର ଭୀମସେନ ସାହୁ ଜଣେ ଦିନ ମଜୁରିଆ ଭାବେକାର୍ଯ୍ୟ କରୁଥିବା ବେଳେ ରାଜ୍ୟ ସରକାର ତାଙ୍କ ପରିବାରକୁ ଗୋଟିଏ ରାସନ କାର୍ଡ ଯୋଗାଇ ଦେଇଥିଲେ । ୨୦୧୭ ମସିହାରେ ତାଙ୍କ ରାସନକାର୍ଡଟି କଟିଯିବା ପରେ ସେ ରାସନ ସାମଗ୍ରୀ ପାଇବା ପାଇଁ ପୁନର୍ବାର କିପରି ଭାବେ ସେହିକାର୍ଡଟିକୁ କାର୍ଯ୍ୟକାରୀ କରିବା ପାଇଁ ବ୍ଲକ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ଦୌଡି ଦୌଡି ଥକି ପଡିଥିଲେ । ଶେଷରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ । ପରବର୍ତ୍ତୀ ସମୟରେ ଭୀମସେନ ଇଣ୍ଟରନେଟରୁ ତାଙ୍କର ସମସ୍ତ ଦସ୍ତାବିଜ କାଢି ଜାଣିବାକୁ ପାଇଥିଲେ ପଞ୍ଚାୟତର ମହାପୁର ଯୁବକ ସଂଘ ରିଟେଲର ଭୀମସେନଙ୍କ ସ୍ତ୍ରୀ ପ୍ରିୟତମା ସାହୁଙ୍କ ନାମରେ ଥିବା ରାସନ କାର୍ଡରେ ଯୋଗାଣସାମଗ୍ରୀ ଉଠାଇ ହଡପ କରି ଚାଲିଛନ୍ତି । ଭିମସେନ ନିଜର ଯୋଗାଣ ସାମଗ୍ରୀ ପାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଦୌଡି ଦୌଡି ଗୁହାରୀ କରି ଥକି ପଡିଥିବା ବେଳେ ତାଙ୍କର ୨ ବର୍ଷର ସାମଗ୍ରୀକୁ ରିଟେଲର ହଡପ କରି ହରିଲୁଟ କରିବା ଘଟଣାରେ ଭୀମସେନ ସାହୁ ଓତାଙ୍କ ସ୍ତ୍ରୀ ପ୍ରିୟତମା ସାହୁ ଙ୍କ ସହିତ ତାଙ୍କର ଦୁଇ କୋମଳମତି ପୁଅ ,ଝିଅଙ୍କୁ ଧରି ବ୍ଲକ ବାରଣ୍ଡାରେ ଧାରଣାଦେବା ସହ ନିଜର ରାସନ ସାମଗ୍ରୀ ପାଇବା ପାଇଁ ଦାବି କରିଥିଲେ । ଗୋପ ବ୍ଲକ ଯୋଗାଣ ଅଧରକାରିଣୀ ସସ୍ମିତା ସାହୁ ଘଟଣା ସ୍ଥଳରେ ପହଁଚି ସମ୍ପୃକ୍ତ ରିଟେଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ , ଘଟଣାରତୁରନ୍ତ ତଦନ୍ତ କରାଯାଇ ଯୋଗାଣ ସାମଗ୍ରୀ ଯୋଗାଇ ଦିଆଯିବାର ପ୍ରତିଶୃତି ଦେବା ପରେ ଧାରଣାରୁ ଉଠିଥିଲେ ଭୀମସେନଙ୍କ ସହପରିବାର । ରିଟେଲରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ତୁରନ୍ତ ନିଲମ୍ବିତ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।

Leave A Reply