Odisha news

ଆଡମା ରାବା ବିଜେଡିର ନୂତନ ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ

0
ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ନୂତନ ନିର୍ବାଚନ ଅଧିକାରୀ ଭାବେ ପୂର୍ବତନ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ଯକ୍ଷ ଆଡମା ରାବାଙ୍କୁ ରାଜ୍ଯ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ଆଜି ନିଯୁକ୍ତି ଦେଇଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି/
ପୂର୍ବତନ ବିଧାୟକ ତଥା ଡିଆରଓ ଡମ୍ବରୁ ଶିଶା ବିଜେଡି ଦଳୀୟ ସଂଗଠକୁ ମାଲକାନଗିରି ଜିଲ୍ଲାରେ ମଜବୁତ କରିବାରେ ବିଫଳ ହେବା ସଂପର୍କରେ ବିଜଡି ପର୍ଯ୍ଯବେକ୍ଷକ ଚନ୍ଦ୍ର ସାରଥି ବେହେରା ପ୍ରତ୍ଯକ୍ଷ ଭାବରେ ଅବଗତ ହେଲା ପରେ ବିଜେଡି ସଂଗଠନକୁ ତୃଣ ମୂଳ ସ୍ତରରେ ସୁଦୃଢ କରିବା ପାଇଁ ବିଭିନ୍ନ ବ୍ଲକ୍,ଏନ.ଏ.ସି,ପୌରପରିଷଦର କର୍ମକର୍ତ୍ତାଂକ ଚୟନରେ ବିଫଳ ହେବା ସଂପର୍କରେ ରାଜ୍ଯ ନିର୍ବାଚନ ଅଧିକାରୀଂକୁ ଅବଗତ କରାଇଥିଲେ/ତାଙ୍କରି ତଥ୍ଯକୁ ଆଧାର କରି ଜିଲ୍ଲା ବିଜେଡି ସଂଗଠନକୁ ମଜବୁତ କରିବା ପାଇଁ ଆଡମା ରାବାଙ୍କୁ ଯୋଗ୍ଯ ବିବେଚିତ ଡିଆରଓ ଭାବେ ହୃଦ ବୋଧ କରାଯାଇଥିଲା/ଫଳରେ ଆଜି ଶ୍ରୀ ରାବାଙ୍କୁ ମାଲକାନଗିରି ଜିଲ୍ଲା ବିଜେଡି ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି/ଏବଂ ଡମ୍ବରୁ ଶିଶାଙ୍କ ଡିଆରଓ ପଦବୀକୁ ରଦ୍ଦ କରାଯାଇଥିବା ଜଣା ପଡିଛି/
ପ୍ରକାଶ ଥାଉ କି ପୂର୍ବତନ ବିଧାୟକ ଡମ୍ବରୁ ଶିଶା ଡି.ଆର.ଓ ଥାଇ ଯେଉଁମାନଙ୍କୁ ଏ.ଆର.ଓ ଭାବେ ନିଯୁକ୍ତି କରିଥିଲେ ସେଗୁଡିକ ଅସିଦ୍ଧି
ଘୋଷଣା କରାଯାଇଛି/ସେହିପରି ତାଙ୍କ ଦ୍ବାରା ବ୍ଲକ୍,ଏନ.ଏ.ସିରେ ମନୋନୟନ କାଯାଇଥିବା ବିଜେଡି ବ୍ଲକ୍ ଏବଂ ଏନ.ଏ.ସି ସଭାପତି ପଦବୀଗୁଡିକୁ ମଧ୍ଯ ରଦ୍ଦ କରାଯାଇଛି/ନୂତନ ଡି.ଆର.ଓ ଆଡମା ରାବା ମାଲାକାନଗିରି ବିଜେଡି ସଂଗଠନ ପାଇଁ ପୁନଶ୍ଚ ଏଆରଓମାନଙ୍କୁ ନିଯୁକ୍ତି କରିବା ସହ ବ୍ଲକ୍  ଏବଂ ଏନଏସି ଗୁଡିକ ପାଇଁ ନୂତନ ସଭାପତିଂକୁ ଚୟନ କରିବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ/
Leave A Reply