Odisha news

ଗ୍ଲୋବାଲ ଆର୍ଟିଷ୍ଟ୍ ଫୋରମ୍ ପକ୍ଷରୁ ପ୍ରଥମ ଥର ପୁରୀରେ ଚିତ୍ରଶିଳ୍ପୀଙ୍କୁ ନେଇ ପ୍ରତିବିମ୍ବ କାର୍ଯ୍ୟକ୍ରମ ସ୍ବର୍ଣ୍ଣାଭ ବେଳାଭୂମିରେ ଅନୁଷ୍ଠିତ ହୋଇଯାଇଛି

0
ଗ୍ଲୋବାଲ ଆର୍ଟିଷ୍ଟ୍ ଫୋରମ୍ ପକ୍ଷରୁ ପ୍ରଥମ ଥର ପୁରୀରେ ଚିତ୍ରଶିଳ୍ପୀଙ୍କୁ ନେଇ ପ୍ରତିବିମ୍ବ କାର୍ଯ୍ୟକ୍ରମ ସ୍ବର୍ଣ୍ଣାଭ ବେଳାଭୂମିରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟର ୩  ,ରାଜ୍ୟ ବାହାରର ୨୫ , ନେପାଳ ଓ ବାଂଲାଦେଶର ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।ଚିତ୍ରଶିଳ୍ପୀଙ୍କ ମଧ୍ୟରେ ଭାବର ଆଦାନ ,ପ୍ରଦାନ ସହ ସେମାନଙ୍କ ଅଭିଜ୍ଞତା ଓ ଅନୁଭୂତି ପ୍ରକାଶ ସହ ଚିତ୍ରକଳାକୁ ଡିଜିଟାଇଜେଶନ ପ୍ରକ୍ରିୟା ସହ ଯୋଡିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ସନ୍ଧ୍ୟା ସମୟରେ କଳାକାର ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଅତିଥି ଭାବେ ପୁରୀ ଏସ୍ପି ପିନାକ ମିଶ୍ର , ଡ଼ ସୁମନ୍ତ ମିଶ୍ର ସ୍ଥପତି, ଏନ ଗଙ୍ଗାଧର ରେଡି ଫିଲ୍ମ ପ୍ରଯୋଜକ, ଦୀପା ମିଶ୍ର ଅଭିନେତ୍ରୀ, ପ୍ରଦୀପ କୁମାର ଅଭିନେତା, ବରିଷ୍ଠ ସେବାୟତ ନାରାୟଣ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିବିମ୍ବ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ରଞ୍ଜନ କୁର୍ମି ।ଜନ୍ମରୁ ତାଙ୍କ ଦୁଇ ହାତ ଅକର୍ମଣ୍ୟ। କିନ୍ତୁ ଅଦମ୍ୟ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ଵାରା ଯେ ସବୁ କିଛି ସମ୍ଭବ ତାହା ସେ ପ୍ରମାଣିତ କରି ଦେଖାଇଛନ୍ତି ।ଦୁଇ ହାତ ଅଚଳ ହୋଇଥିଲେ ମଧ୍ୟ ନିଜ ଦୁଇ ଗୋଡ଼ରେ ରଙ୍ଗ ,ତୂଳୀ ଦ୍ଵାରା ସେ ଜୀବନ୍ତ ଚିତ୍ରକଳା ଆଙ୍କି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ପ୍ରତିବିମ୍ବ  ଉଦ୍ଘାଟନୀ ଉତ୍ସବରେ ସେ ନିଜ ଦୁଇ ଗୋଡ ସାହାଯ୍ୟରେ ସୁନ୍ଦର କଳାକୃତି ଆଙ୍କିଥିଲେ ।
ପୁରୀରେ ଦୁଇ ଦିନ ଧରି ଚାଲିଥିବା ଜାତୀୟ ସ୍ତରୀୟ ଫିଜିଓଥେରାପି ବା ଭୌତିକ ଚିକିତ୍ସା ସମ୍ମିଳନୀ ଉଦଯାପିତ ହୋଇଛି।ଦ୍ଵିତୀୟ ଦିନରେ ପିଠି, କାନ୍ଧ ,ମେରୁଦଣ୍ଡ , ଜଂଘରେ ଯନ୍ତ୍ରଣା,ଆଧୁନିକ ଏସଆଈ ଥେରାପି,ଫିଜିଓଥେରାପି କ୍ଷେତ୍ରରେ ଅତ୍ୟାଧୁନିକ ବାୟୋ ମେଡିକାଲ ଅଗ୍ରଗତି ସହ ଗର୍ଭାଶୟ ଜନିତ ସମସ୍ୟା ଓ ଏହାର ସମାଧାନ ସହ ଫିଜିଓଥେରାପିର ଆବଶ୍ୟକତା ସମ୍ପର୍କରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଆସୁଥିବା ଅଭିଜ୍ଞ ଚିକିତ୍ସକ ଓ ଫିଜିଓଥେରାପିଷ୍ଟ ମାନେ ବୁଝାଇଥିଲେ।ନିଖିଳ ଓଡ଼ିଶା ଭୌତିକ ଚିକିତ୍ସକ ସଂଗଠନ ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି। ଓଲଟପୁରସ୍ଥିତ ନିରତାରର ନିର୍ଦେଶକ ଡ଼ା,ପତିତପାବନ ମହାନ୍ତି,ଡଃ ଉମାଶଙ୍କର ମହାନ୍ତି ,ପ୍ରଫେସର ଉମାଶଙ୍କର ମହାନ୍ତି , ଏନସିଡି ଅତିରିକ୍ତ ନିର୍ଦ୍ଦେଶକ ଡଃ ସୁକାନ୍ତ କୁମାର ସ୍ବାଇଁ ଡଃ ପି.ସି.ଦେ ,ଡଃ ଦୀପେଶ ଶର୍ମା ,ଡଃ ଦୂର୍ଗା ମିଶ୍ର,ଡଃ ସୁଜାତା ମହାରଥି,ଡଃ ଲିପିକା ବୋରୁହାଁ ପ୍ରମୁଖ ଯୋଗ ଦେଇ ସ୍ନାୟୁ,ମେରୁଦଣ୍ଡ,ଅସ୍ଥି ,ବ୍ରେନ୍ ଷ୍ଟ୍ରୋକ ଜନିତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଓ
ପ୍ରଫେସର ଉମାଶଙ୍କର ମହାନ୍ତି , ଏନସିଡି ଅତିରିକ୍ତ ନିର୍ଦ୍ଦେଶକ ଡଃ ସୁକାନ୍ତ କୁମାର ସ୍ବାଇଁ ଡଃ ପି.ସି.ଦେ ,ଡଃ ଦୀପେଶ ଶର୍ମା ,ଡଃ ଦୂର୍ଗା ମିଶ୍ର,ଡଃ ସୁଜାତା ମହାରଥି,ଡଃ ଲିପିକା ବୋରୁହାଁ ଯୋଗ ଦେଇ ସ୍ନାୟୁ,ମାଂସପେଶୀ ,ଅସ୍ଥି ,ବ୍ରେନ୍ ଷ୍ଟ୍ରୋକ ଆଦି ସ୍ବାସ୍ଥ୍ୟ ସମସ୍ୟା ଓ ଏହାର ସମାଧାନ ଦିଗରେ ଫିଯିଓଥେରାପିର ଗୁରୁତ୍ବପୁର୍ଣ ଭୂମିକା ସମ୍ପର୍କରେ ବୁଝାଇଥିଲେ।ଏହି ଅବସରରେ ଛାତ୍ର ,ଛାତ୍ରୀଙ୍କୁ ଲାଇଭ ଡେମୋନେଷ୍ଟ୍ରସନ୍ ଦେଖାଯାଇଥିଲା। ୨ ଦିନିଆ ସମ୍ମିଳନୀରେ ରାଜ୍ୟର ୩ଶହରୁ ଉର୍ଦ୍ଧ ଭୌତିକ ଚିକିତ୍ସା ବିଭାଗର ଛାତ୍ରଛାତ୍ରୀ ଏବଂ ୨ଶହରୁ ଉର୍ଦ୍ଧ ଭୌତିକ ବିଭାଗର ଡ଼ାକ୍ତର ଭାଗ ନେଉଥିଲେ। କର୍ମଶାଳାକୁ ସଂଗଠନର ସଂଯୋଜକ ଡଃ ସିଦ୍ଧାର୍ଥ ଶେଖର ପାତ୍ର,  ସଭାପତି ତଥା ଭୌତିକ ବିଭାଗର ଡ଼ାକ୍ତର ଶଶାଙ୍କ ଶେଖର ପରିଡ଼ା ଏବଂ ଡ଼ାକ୍ତର ସରୋଜ କୁମାର ମହାପାତ୍ର ପରିଚାଳନାରେ ସହଯୋଗ କରିଥିଲେ।
Leave A Reply