Odisha news

କଂଗ୍ରେସ ଦଳ ପକ୍ଷରୁ ରଣପୁର ରେ ବିଜେପି -ବିଜେଡି ମଧ୍ୟରେ ବାହାଘର

0
ରଣପୁର -ଆଜି ପୂର୍ବାରହ୍ନ ରେ ରଣପୁର ସ୍ଥିତ ପଞ୍ଚୁଦଳ ପଡିଆ ଠାରେ ରଣପୁର କଂଗ୍ରେସ ଦଳ ପକ୍ଷରୁ ବିଜେପି -ବିଜେଡି ର ବାହାଘର ଅନୁଷ୍ଠିତ ହୋଇଥିଲା l ବର୍ତମାନ ରାଜ୍ୟର ନବୀନ ବାବୁଙ୍କ ବିଜେଡିଦଳ କରିଥିବା ଚିଟଫଣ୍ଡ, ଖଣି, ଡାଲି ଆଦି ମହାଦୁର୍ନୀତି ଭୟରେ କେନ୍ଦ୍ର ମୋଦୀ ଓ ଅମିତ ସାହା ଙ୍କ   ଶରଣl ପର୍ଣ୍ଣ  l କିନ୍ତୁ ବିଜେଡି ଦଳର ବିଧାୟକ, ମନ୍ତ୍ରୀ ମାନେ ପ୍ରତିଦିନ ଲୋକଦେଖାଣିଆ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱା ଧୀନ ବିଜେପି ସରକାର ବିରୁଧରେ ଗର୍ଜନ କରୁଛନ୍ତି ଓ ରାଜ୍ୟର ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ରାଜ୍ୟ ବିଜେଡି ସରକାର ବିରୁଦ୍ଧରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଆରୋପ ଲଗାଇ ପ୍ରତିବାଦ କରୁଛନ୍ତି l 24ବର୍ଷ କାଳ ସଲାସୁତାରl ହୋଇ ସରକାର ଚଳାଉଥିବା   ବେଳେ ଏହାର ଜଳନ୍ତ ଉଢାହରଣ ନିକଟରେ  ରାଜ୍ୟସଭା ନିର୍ବାଚନରେ ବିଜେପିର ଆବଶ୍ୟକ ସଂଖ୍ୟା ବିଧାୟକ ନଥାଇ ବିଜେଡି ଦଳ ସାହାଯ୍ୟରେ ଅଶ୍ୱନୀ ବୈଷ୍ଟମ୍ବ ରାଜ୍ୟସଭା କୁ ନିର୍ବାଚିତ ହେଲେ l ଉଭୟଦଳର ଏହି ଭିତିରି ଅସାଧୁ ମେଣ୍ଟକୁ ରାଜ୍ୟ ର ଜନସାଧାରଣ ଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ଆଜି ରଣପୁର ରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜାତୀୟ ସଂଗଠନ ସମ୍ପାଦକ ସତ୍ୟବ୍ରତ ନାୟକ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନଗର କଂଗ୍ରେସ ସଭାପତି ସତ୍ୟରଞ୍ଜନ ମତ୍ତା, ପ୍ରଭାତ ମହାନ୍ତି, ବିଭୁତି କୁମାର ଜେନା, ଧୂର୍ବଚରଣ ପରିଡା, ମିର.             ଅବୁବକର ସିଦ୍ଧିକ,ପ୍ରକାଶ ଚନ୍ଦ୍ର ନାୟକ, ଅନିଲ ଛୁଆଳ ସିଂ, ମହେଶ୍ୱର ସାହୁ, ଗୋପାଳ ଖୁଣ୍ଟିଆ, ହୃଦାନନ୍ଦ କାଣ୍ଡି, ଦିତିକୃଷ୍ଟ ସାମନ୍ତରାୟ,ସୁରେଶ ମହାରଣା,ନିରଞ୍ଜନ ପ୍ରଧାନ,ବାସୁଦେବ ପ୍ରଧାନ, ଚିତ୍ତରଞ୍ଜନ ସାହୁ, ରତ୍ନାକର ସାହୁ, ବିଶ୍ୱଜିତ ମହାନ୍ତି,ଅର୍ଜୁନ ମତ୍ତା, ପ୍ରକାଶ ମହାନ୍ତି ପ୍ରମୁଖ ଶତାଧିକ କଂଗ୍ରେସ କର୍ମକର୍ତା ବିଭାହ କାର୍ଯ୍ୟକ୍ରମ ରେ ଯୋଗଦେଇ ପ୍ରତିବାଦ କରିଥିଲେ l
Ad2
Leave A Reply