ଭବାନୀପାଟଣାର ଝିଅ ଗାର୍ଗୀ ନାୟକଙ୍କ କମାଲ ଏବେ ସବୁଠି ଚର୍ଚ୍ଚାରେ । ସେ ଯେମିତି ଓଡ଼ିଶୀ ନାଚନ୍ତି, ସେମିତି ର୍ୟାମ୍ପରେ ବି ଚାଲନ୍ତି । ପାଦରେ ଘୁଙ୍ଗୁର ବାନ୍ଧି ଯେତେ ସୁନ୍ଦର ନାଚନ୍ତି, ମସଲ ମାନିଆ ଶୋ’ରେ ବି ତାଙ୍କ କମାଲ ସେତିକି ଜବରଦସ୍ତ । ନିକଟରେ ମୁମ୍ବାଇରେ ଅନୁଷ୍ଠିତ ସର୍ବଭାରତୀୟ ବଡିବିଲïିଂ (ମସଲ ମାନିଆ) ପ୍ରତିଯୋଗିତାରେ କମାଲ ଦେଖାଇ ଶତାଧିକ ମହିଳା ପ୍ରତିଯୋଗୀଙ୍କୁ ପଛରେ ପକାଇ ଚାମ୍ପିଅନ୍ ହୋଇଥିଲେ । ପରେ ପରେ ମସଲ ମାନିଆ ଏସିଆ ବଡିବିଲïିଂରେ ଭାଗ ନେଇ ଗାର୍ଗୀ ଶ୍ରେଷ୍ଠ ୫ରେ ସ୍ଥାନ ପାଇଥିଲେ । ମୁମ୍ବାଇରେ ଅନୁଷ୍ଠିତ ମସଲ ମାନିଆ ଇଣ୍ଡିଆ ପ୍ରତିଯୋଗିତା ପାଇଁ ଗାର୍ଗୀଙ୍କୁ ୬ ମାସ କଠିନ ଅଭ୍ୟାସ କରିବାକୁ ପଡିଥିଲା । ପ୍ରତିଯୋଗିତାର ବିକିନୀ ବର୍ଗରେ ଅଂଶଗ୍ରହଣ କରି ଗାର୍ଗୀ ସର୍ବଭାରତୀୟ ସ୍ତରରେ ଚାମ୍ପିଅନ ହୋଇଥିଲେ । ଏହା ତାଙ୍କ ଡେବୁ୍ୟ ପ୍ରତିଯୋଗିତା ଥିଲା । ଗାର୍ଗୀଙ୍କ ଘର ଭାବାନୀପାଟଣା । ଗତ ୯ ବର୍ଷ ହେବ କଟକର ବକ୍ସି ବଜାରରେ ରହି ଏକ ଘରୋଇ କମ୍ପାନୀରେ ଚାକିରି କରିଛନ୍ତି । ୩ ବର୍ଷ ତଳେ ଚୌଧୁରୀବଜାର ସ୍ଥିତ ଫିଟ୍ନେସ୍ ମନ୍ତ୍ର ଜିମ୍ରେ ଯୋଗଦେଇଥିଲେ । ଓଡ଼ିଶୀ ନୃତ୍ୟ ଶିଳ୍ପୀରୁ ବଡ଼ିବିଲïର ବନିବାର ସ୍ୱପ୍ନ ଫିଟ୍ନେସ୍ ମନ୍ତ୍ର ଜିମ୍ରୁ ଆରମ୍ଭ ହୋଇଥିଲା । ଏଇଠି ବ୍ୟାୟମ୍ କରିବା ସହ ଜୁମ୍ବା ଟ୍ରେନର ଭାବେ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ଦିନ ଦୁଇରୁ ତିନି ଘଣ୍ଟା ବ୍ୟାୟମ୍ କରିବା ସହ ଖାଦ୍ୟପ୍ରେୟ ଓ ଶରୀର ପ୍ରତି ବେଶ ଗୁରୁତ୍ୱ ଦେଉଛନ୍ତି ଗାର୍ଗୀ ।