Odisha news

ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ୍‌: କୋହଲି ନଂ-୧

0

ଦ ୁ ବ । ଇ , ୮ । ୧ ( ଏ େ ଜ ନ ୍ସି ) : ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ୍‌ର ବ୍ୟାଟ୍ସମ୍ୟାନ୍‌ ତାଲିକାର ଶୀର୍ଷରେ ଅପରିବର୍ତ୍ତିତ ରହିଛନ୍ତି । କିନ୍ତୁ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କ ମାନ୍ୟତାରେ ଅବନତୀ ହୋଇଛି । ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ୍‌ରେ ବିରାଟ କୋହଲି ୯୨୮ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍ସ ସ୍ମିଥ୍‌ ୯୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ପୂଜାରା ୭୯୧ ପଏଣ୍ଟ ସହ ଷଷ୍ଠ ସ୍ଥାନ ଏବଂ ରାହାଣେ ୭୫୯ ପଏଣ୍ଟ ସହ ନବମ ସ୍ଥାନକୁ ଖସିଛନ୍ତି । ଅଷ୍ଟ୍ରେଲିଆର ମାର୍ନୁସ୍‌ ଲାବୁଶ୍ଚାନେ ୮୨୭ ପଏଣ୍ଟ ସହ ତୃତୀୟ, ନୁ୍ୟଜିଲାଣ୍ଡର ୱିଲିୟମ୍‌ସନ୍‌ ଚତୁର୍ଥ, ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ପଞ୍ଚମ, ପାକିସ୍ତାନର ବାବର ଆଜମ୍‌ ସପ୍ତମ, ଇଂଲଣ୍ଡର ଜୋ ରୁଟ୍‌ ଅଷ୍ଟମ ଏବଂ ବେନ୍‌ ଷ୍ଟୋକ୍ସ ଦଶମ ସ୍ଥାନରେ ରହିଛନ୍ତି ।

Leave A Reply