ପୁରୀ: ମୁଖା ପିନ୍ଧିଥିବା ଏବିଭିପି ସଭ୍ୟମାନେ ପ୍ରବେଶ କରି ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ରାବ୍ରାସରେ ଆକ୍ରମଣ କରିବା ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ପୁରୀରେ ବୁଧବାର ସନ୍ଧ୍ୟାରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗୁଣ୍ଡିଚା ମନ୍ଦିର ଠାରୁ ବାହାରିଥିବା ଏହି ମଶାଲ ଶୋଭାଯାତ୍ରା ସିଂହଦ୍ୱାର ପର୍ଯ୍ୟନ୍ତ ଯାଇଥିଲା । ରାଜ୍ୟ ଛାତ୍ର କଂଗ୍ରେସର ସଂଯୋଜକ ବିଶ୍ୱରଞ୍ଜନ ମହାପାତ୍ର ବିଜେପି ସରକାରଙ୍କ ବିରୁଦ୍ଧରେ ଜନ ଜାଗରଣ ସୃଷ୍ଟି ଉଦେ୍ଦଶ୍ୟରେ ଆୟୋଜିତ ଏହି ମଶାଲ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଛାତ୍ରନେତା ସତ୍ୟ ବରାଳ, ପୁରୀ ବିଧାନସଭା ଯୁବ କଂଗ୍ରେସ ସଭାପତି ପ୍ରେମଜିତ ମହାନ୍ତି, ଏଆଇସିସିି ସଭ୍ୟ ସୁଜିତ ମହାପାତ୍ର, ଲୋକସଭା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବିଶ୍ୱନାଥ ଦାଶ ଓ ସ୍ୱାଧୀନ କୁମାର ପଣ୍ଡା ପ୍ରମୁଖ ଏହି ମଶାଲ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।