Odisha news

ବାଇକ ସହିତ ସ୍କଟି ମୁହାମୁହିଁ ଧକ୍କା, ଦୁଇଜଣ ମୃତ 

0
ଘଟଗାଁ ତା ୨୫/୪/୨୪ : ଢ଼େଙ୍କିକୋଟ ଫାଣ୍ଡି ୨୦ ନମ୍ବର ଜାତିୟ ରାଜପଥ ର ଢ଼େଙ୍କିକୋଟ ଠାରୁ ଘଟଗାଁ ଯିବା ରାସ୍ତାର ଭାରତ ପେଟ୍ରୋଲ୍ ପମ୍ପ ନିକଟରେ ଆଜି ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା l ତେବେ ଖବର୍ ନେବାରୁ ଜଣାଯାଏ ଯେ ଢ଼େଙ୍କିକୋଟ ପଞ୍ଚାୟତ ଅନ୍ତର୍ଗତ ଟିକିରା ଗ୍ରାମର ବିମଳ ମାଝି କଂ ସାନପୁଅ ଦେବକାନ୍ତ ମାଝି ( ପପୁ ) ୨୨ ବର୍ଷ ଏକ ସ୍ପୀଡ ବାଇକ ନମ୍ବର ଓଡ଼ି୦୯ ଟି ୮୭୭୨ ଯୋଗେ ଢ଼େଙ୍କିକୋଟ ଠାରୁ ନିଜ ଗ୍ରାମ ଆଡକୁ ଯାଉଥିବାବେଳେ ଘଟଗାଁ ପଟରୁ ଆସୁଥବା ଏକ ସ୍କଟି ନମ୍ବର ଓଆର୦୯ ଏଲ ୪୨୧୪ ସହିତ ମୁଁହlମୁହିଁ ଧକ୍କା ହୋଇଥିଲା l ତେବେ ଏ ଧକ୍କା ଏତେ ଜୋରରେ ହୋଇଥିଲା ଯେ ଦୁହେଁ ବହୁତ ଦୂରକୁ ଛିଟିକି ଯାଇଥିଲେ, ଗାଡି ଦୁଇଟି ଚୂରମାର ହୋଇଯାଇଥିଲା l ଦୁହିଁଙ୍କୁ ସଂଗେସଂଗେ ଟୋଲ ଗେଟ ଆମ୍ବୁଲାନସ୍ ୧୦୩୩ ଯୋଗେ ଘଟଗାଁ ଡାକ୍ତରଖାନାକୁ ସ୍ତାନାନ୍ତରିତ କରାଯାଇଥିଲା l ତେବେ ସେଠlରେ ଡାକ୍ତର କଂ ସତଚେଷ୍ଟା ସତ୍ବେ ପରେ ବି ଦୁହେଁ ମ୍ରୁତ୍ୟୁ ବରଣ କରିଥିଲେ l ଖବରପାଇ ଢ଼େଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ ଘଟଣା ସ୍ତଳରେ ପହଂଚି ଗାଡି ଦୁଇଟିକୁ ଜବତ୍ କରିଛନ୍ତି ଓ ତଦନ୍ତ ଚାଲୁରଖିଛନ୍ତି l ତେବେ ସ୍କଟି ଚାଳକ ର ନାମ ଶିବ ନନ୍ଦନ ପ୍ରଧାନ, ନିଜଘର ଝାଡ଼ଖଣ୍ଡ ରାଜ୍ୟରେ l ସେ ଘଟଗାଁ ନିକଟସ୍ଥ ଗୋଳାବନ୍ଧ ଠାର ବନ୍ଧୁ ଘରେରହି ଡିମ୍ବୋ କଲେଜ ରେ ପାଠପଢୁଥିଲା ବୋଲି ଜଣାପଡିଛି l
Leave A Reply