ବାରିପଦା : ଆମର ମୈତ୍ରୀ ଦେଶ ନେପାଳ, ଯେ ଦେଶ ସହିତ ପୁରାଣ କାଳରୁ ଆମର ସୁମଧୁର ସମ୍ପର୍କ ରହିଛି ସେହି ଦେଶର ପ୍ରଖ୍ୟାତ ଶିଶୁ ସାହିତି୍ୟକ ତଥା ନେପାଳର ସର୍ବପୁରାତନ ଶିଶୁ ସାହିତ୍ୟ ସଂସ୍ଥା ନେପାଳ ବାଲ୍ ସାହିତ୍ୟ ସମାଜ, କାଠମାଣ୍ଡୁର ନିର୍ବାଚିତ ମହାସଚିବ ବିଜୟରାଜ ଆଚାର୍ଯ୍ୟ ଆଜି ଆମ ସହରରେ ଉପସ୍ଥିତ ଅଛନ୍ତି । ତାଙ୍କ ରଚିତ ସହସ୍ରାଧିକ ଶିଶୁ କିଶୋର ପୁସ୍ତକଗୁଡ଼ିକ ଭିତରେ ‘ରମାଇଲୋ ଗାଉଁ’, ‘ଆମାକୋ ମାୟା’, ‘ସ୍ୱର୍ଗମା ମୋବାଇଲ’, ‘ଜେନିସକୋ ଜନ୍ମଦିନ’, ‘କି-ବୋର୍ଡ’ ଇତ୍ୟାଦି । ତାଙ୍କର ବେଶ୍ କିଛି ଗଳ୍ପ ଓଡ଼ିଆ, ବଙ୍ଗଳା, ଚାଇନିଜ, ହିନ୍ଦୀ ଇତ୍ୟାଦି ଭାଷାରେ ଅନୁଦିତ ହୋଇ ପାଠକୀୟ ସ୍ୱୀକୃତି ଲାଭ କରିଛି । ‘ଶିଶୁ ସାହିତ୍ୟ ଲେଖକ ସମ୍ମେଳନ’, ଓଡ଼ିଶାର ୨୩ତମ ବାର୍ଷିକ ମହୋତ୍ସବରେ ଆମନ୍ତ୍ରିତ ହୋଇ ସେହି କାର୍ଯ୍ୟକ୍ରମରେ ଯୋଗଦାନ କରିବ ପାଇଁ କଟକ ସହରକୁ ଗ୍ରସ୍ତ କରିବାର ରହିଛି । ତାଙ୍କର ବହୁଦିନର ଇଚ୍ଛା ମୟୂରଭଞ୍ଜର ବାରିପଦା ସହରକୁ ପରିଭ୍ରମଣ କରିବା ପାଇଁ । ସେ କହନ୍ତି, ମୟୂରଭଞ୍ଜ ସହିତ ନେପାଳର ସମ୍ପର୍କ ବହୁତ କାଳରୁ । ମୟୂରଭଞ୍ଜର ରାଜପ୍ରସାଦ, ମନ୍ଦିର ମାଳିନୀ ସହରର ସମସ୍ତ ମନ୍ଦିର, ଏଠାକାର ଚିତ୍ରଶିଳ୍ପ, ସାହିତ୍ୟ ଓ ସାହିତି୍ୟକମାନଙ୍କ ସହିତ ଭେଟଘାଟ କରିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଏଠାକୁ ଚୁମ୍ବକମୁନରେ ତାଙ୍କୁ ଟାଣି ଆଣିଛି । ସିଏ ଚାହାନ୍ତି ଓଡ଼ିଶାର ଶିଶୁ ସାହିତ୍ୟ ଓ ଶିଶୁ ସାହିତି୍ୟକମାନଙ୍କ ସହିତ ନେପାଳ ବାଲ୍ ସାହିତ୍ୟ ସମାଜ, କାଠମାଣ୍ଡୁ ଦ୍ୱାରା ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରି ନେପାଳୀ ଓ ଓଡ଼ିଆ ଶିଶୁ ସାହିତି୍ୟର ଚିରସ୍ମରଣୀୟ ଲେଖାଗୁଡ଼ିକ ଅନୁବାଦ ମାଧ୍ୟମରେ ଆଦାନ ପ୍ରଦାନ କରିବା ପାଇଁ ।
