Odisha news

ପଦ୍ମପୁର ଏବଂ ଲଉଡ଼ି ଗାଁ ପଞ୍ଚାୟତ ରେ ଗ୍ରାମାଂଚଳ ର ଭିତିଭୂମି ଓ ବିକାଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ!

0

ରଙ୍ଗେଈଲୁଣ୍ଡା!!!ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ଏବଂ ଲଉଡ଼ି ଗାଁ ପଞ୍ଚାୟତ ରେ ଆଜି ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା ଙ୍କ ଉପସ୍ଥିତି ରେ ମହାସମାରୋହ ରେ ଆୟୋଜନ ହୋଇ ଯାଇଛି!ପଦ୍ମପୁର ସରପଞ୍ଚ ସସ୍ମିତା ବେହେରା ଏବଂ ତାଙ୍କ ପ୍ରତିନିଧି ବରିଷ୍ଠ ଓକିଲ ପ୍ରକାଶ ସେଠି ଙ୍କ ସଂଯୋଜନା ରେ ଉକ୍ତ କାର୍ଯ୍ୟକ୍ରମ ଟି ର ସଫଳ ଆୟୋଜନ ହୋଇଥିଲା!ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା ସମ୍ପର୍କ ରେ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ମାନ୍ୟବର ବିଧାୟକ କହିବା ସହ ଆଗାମୀ ବର୍ଷ ଗୁଡାକ ରେ ହେବାକୁ ଥିବା ଯୋଜନା ସମ୍ପର୍କ ରେ ବି ଅବଗତ କରାଇ ଥିଲେ!ଆଜିର ଉକ୍ତ କାର୍ଯ୍ୟକ୍ରମ ରେ ଏତେ ସଂଖ୍ୟା ରେ ଯୁବକ, ମହିଳା ଙ୍କୁ ଦେଖି ଅତିଥି ମାନେ ଅଭିଭୂତ ହୋଇ ଯାଇ ଥିଲେ!ପୁଣି ଥରେ ଓଡିଶା ରେ ନବୀନ ସରକାର ଗଡିବାଟା ସୁନିଶ୍ଚିତ ବୋଲି ପଂଚାୟତ ବାସି ମାନେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା!ଉକ୍ତ ସଭା ରେ ଅଙ୍ଗନବାଡି କର୍ମୀ, ରଙ୍ଗେଈଲୁଣ୍ଡା ବ୍ଲକ ସାମ୍ବାଦିକ ମାନଙ୍କ ସହ ବିଭିନ୍ନ ବର୍ଗ ରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସନମାମିତ କରା ଯାଇଥିଲା!ଆଜିର ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ଚିନି, ଉଷାରାଣି, ଉପାଧ୍ୟାକ୍ଷା ଅନିତା ମହାଙ୍କୁଡ, ବିଜେଡି ବ୍ଲକ ସଭାପତି ଅଜିତ କୁମାର ଦାସ,54 ନମ୍ବର ଜିଲ୍ଲା ପରିଷଦ ଦୀପକ ସାମନ୍ତ, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ରାଜେଶ୍ୱରୀ ଦୋରା, ବରିଷ୍ଠ ବିଜେଡି ନେତା ଓ ସମାଜସେବୀ ରାମହରି ପାତ୍ର, ବରିଷ୍ଠ ନେତା ପ୍ରକାଶ ସାମନ୍ତ, ବାନି ଲେଙ୍କା, ବାଇରୀ ପାତ୍ର,ଙ୍କ ସମେତ ପ୍ରତେକ ପଞ୍ଚାୟତ ର ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ!

Leave A Reply