Odisha news

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସହଯୋଗରେ ଅକ୍ଟୋବର ୨ ରୁ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

0

ବାରିପଦା  : ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ଓ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ଇଂ ବିଶ୍ୱେଶ୍ୱର ଟୁଡୁଙ୍କ ବିଶେଷ ସହଯୋଗରେ ଅକ୍ଟୋବର ୨ତାରିଖ ରୁ ୫ତାରିଖ ମଧ୍ୟରେ ଏକ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଅଛି । ଏହି କ୍ରମରେ ଆସନ୍ତା ଅକ୍ଟୋବର ୨ ଓ ୩ତାରିଖ ରାଇରଙ୍ଗପୁର ଠାରେ ହେବାକୁ ଥିବାବେଳେ ୪ ଓ ୫ତାରିଖର ଶଙ୍ଖାଭଙ୍ଗା ଫୁଟବଲ ପଡିଆରେ ଆୟୋଜିତ ହେବାକୁ ଯାଉଅଛି । ଯାହାର ଫାଇନାଲ ଖେଳ ବିଶୋଇ ଠାରେ ଅକ୍ଟୋବର ୬ତାରିଖ ଦିନ ହେବାକୁ ନିଶ୍ଚିତ କରାଯାଇଥିବା ସୂଚନା ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିଲେ ମଧ୍ୟ ଫୁଟବଲ ଖେଳ ପ୍ରତି ବହୁ ଯୁବକଙ୍କ ଆଗ୍ରହ ରହିଛି । ତେଣୁ ଏଠାରେ ଯୁବପିଢିଙ୍କୁ ଫୁଟବଲ ଖେଳ କ୍ଷେତ୍ରରେ ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତୀୟସ୍ତର କୁ ନେବା ପାଇଁ ଆଗାମୀଦିନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ସ୍ପୋର୍ଟ୍ସ ହଷ୍ଟେଲ ପ୍ରତିଷ୍ଠା କରି ଖେଳାଳି ମାନଙ୍କ ପାଇଁ କୋଚ୍ ରଖି ପ୍ରଶିକ୍ଷଣ ଦେଲେ ସେମାନେ ଖେଳର କିପରି ଆହୁରି ଉନ୍ନତି ହେବ ସେ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟକୁ ସୂଚାରୁ ରୂପେ ପରିଚାଳନା ଓ ଆବଶ୍ୟକ ସ୍ଥଳେ ଯୋଗାଯୋଗ ପାଇଁ ରାଇରଙ୍ଗପୁରରେ ସଞ୍ଜୟ କୁମାର ନାୟକ ମୋବାଇଲ ନମ୍ବର ୭୦୦୮୩୭୨୭୧୫ ଏବଂ ବାରିପଦାରେ ତାରା ଶଙ୍କର ସୋରେନ ମୋବାଇଲ ନମ୍ବର ୮୨୪୯୬୭୭୩୦୨ ଙ୍କୁ ସଂଯୋଜକ ଭାବେ ନିଯୁକ୍ତି କରାଯାଇଥିବା ତାରା ଶଙ୍କର ସୋରେନ ସୂଚନା ଦେଇଛନ୍ତି

Leave A Reply