ବାରିପଦା : ଡିଭାଇନ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜିରେ ସେପ୍େଟମ୍ବର୧୫ ତାରିଖ ଦିନ ଇଞ୍ଜିନିୟର୍ସ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଭାରତ ରନô ସାର ମୋଖ୍ୟଗୁଣ୍ଡମ ବିଶ୍ୱେସରାୟାଙ୍କ ଫୋଟଚିତ୍ର ରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ତାଙ୍କର ମହାନୁଭବତାର ସ୍ମୃତିଚାରଣ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାରିପଦା ସର୍କଲ ଟାଟା ପାୱାରର ମୁଖ୍ୟ ଅଧ୍ୟକ୍ଷ ଇଞ୍ଜିନିୟର ଇଂ ହରିଶ ଚନ୍ଦ୍ର ପଣ୍ଡା ଯୋଗଦେଇ ପିଲାଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ନିଦେ୍ର୍ଦଶକ ଇଂ ବିପ୍ଲବ ଭଞ୍ଜନ ବୁଗୁଡାଇ ନିଜର ବାର୍ତ୍ତା ମାଧ୍ୟମ ରେ ଛାତ୍ର-ଛାତ୍ରୀ ମାନଙ୍କୁ ନିଷ୍ଠା, ଧର୍ଯ୍ୟ ଓ ପରାକାଷ୍ଠା ବଳରେ ସ୍ୱପ୍ନକୁ ସାକାର କରିବା ସହ ରାଷ୍ଟ୍ର ନିର୍ମାଣ ରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଥିଲେ । ଇଂ ବୁଗୁଡାଇ ଙ୍କ ନିଦେ୍ର୍ଦଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ଅଧ୍ୟକ୍ଷ ଇଂ ଅଭିନ୍ନ କୁମାର ଦାସ, ଉପାଧ୍ୟକ୍ଷ ତଥା ମେକାନିକାଲ ବିଭାଗୀୟ ମୁଖ୍ୟ ଇଂ ପ୍ରକାଶ ଚନ୍ଦ୍ର ସା, ଇଲେକ୍ଟ୍ରିକାଲ ବିଭାଗୀୟ ମୁଖ୍ୟ ଇଂ ସିପ୍ରା ପାତ୍ର, ସିଭିଲ ବିଭାଗୀୟ ମୁଖ୍ୟ ଇଂ ସୌରଭ ରଞ୍ଜନ ଗିରି, ଇଲେକ୍ଟ୍ରିକାଲ ଓ ମେକନିକାଲ ବିଭାଗୀୟ ମୁଖ୍ୟ ଇଂ ଆଶୀର୍ବାଦ ସ୍ୱାଇଁ ଏବଂ ବିଜ୍ଞାନ ଓ ମାନବିକ ବିଭାଗୀୟ ମୁଖ୍ୟ ବିଶ୍ୱରଞ୍ଜନ ମହାନ୍ତ ଏବଂ ମିସ୍ ଅଲିଭା ଶତାବ୍ଦୀ ପ୍ରମୁଖ ଛାତ୍ର-ଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେବା ସହ କେବେଳ ଶ୍ରୋତା ନହୋଇ ଚିନ୍ତାଶୀଳ ହେବାପାଇଁ ପରାମର୍ଶ ଦେବା ସହ ନିଜର ବହୁମୁଖୀ ପ୍ରତିଭାକୁ ଉଜ୍ଜୀବିତ କରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଙ୍କ ସହ ସମସ୍ତ ଛାତ୍ର-ଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଚନ୍ଦ୍ରୟାନ-୩ ପାଇଁ ଆୟାଜିତ ହୋଇଥିବା ପ୍ରତିଯୋଗୀତା ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା ।