Odisha news

କୁଡୁମିଙ୍କ ସର୍ଭେକୁ ସ୍ୱାଗତ, ଛଳନା ହୋଇଥିଲେ ବୁମେରାଂ ହେବ

0

ବାରିପଦା  : ଓଡିଶାରେ ବସବାସ କରୁଥିବା କୁଡୁମି ସମ୍ପ୍ରଦାୟର ସର୍ବୋଚ୍ଚ ସଂଗଠନ କୁଡୁମି-ମହାନ୍ତ ମହାସଭାର ରାଜ୍ୟ ସଭାପତି ଗୋପବନ୍ଧୁ ମହାନ୍ତ ଏକ ଲିଖିତ ବିବୃତି ମାଧ୍ୟମରେ ରାଜ୍ୟସରକାର କୁଡୁମିଙ୍କ ସାମ୍ପ୍ରତିକ ଅବସ୍ଥା ସମ୍ବନ୍ଧରେ ମୟୂରଭଞ୍ଜ ଜିଲ୍ଳାପାଳଙ୍କ ଜରିଆରେ ଯେଉଁ ରିପୋର୍ଟ ମାଗିଛନ୍ତି ତାହା ବିଳମ୍ବ ହେଲେବି ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ରାଜ୍ୟ ଅନୁସୂଚିତ ଜନଜାତି, ଅନୂସୁଚିତ ଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର କମିଶନର ଓ ଶାସନ ସଚିବ ରୂପାରୋଶନ ସାହୁ, ଆଇଏଏସ ଚିଠି ନମ୍ବର-୧୩୩୮୯, ତାରିଖ-୧୦/୦୭/୨୦୨୩ ଜରିଆରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ କୁଡୁମିଙ୍କ ସ୍ୱତନ୍ତ୍ର ଭାଷା, ଧର୍ମବିଶ୍ୱାସ ଓ ସଂସ୍କୃତି ତଥା ସାମାଜିକ ଭାବେ, ଶିକ୍ଷାଗତ ଭାବେ ଓ ରାଜନୈତିକ ଭାବେ କିପରି ପଛୁଆ ଏ ସମ୍ୱନ୍ଧରେ ଏକ ପ୍ରାଞ୍ଜଳ ରିପୋର୍ଟ ମାଗିଛନ୍ତି । ଏହି ଚିଠିରୁ ଏହା ସୂଚୀତ ଯେ, ରାଜ୍ୟ ସରକାର ଚିଠି ନମ୍ବର- ୧୬୮, ତାରିଖ- ୨୭/୦୬/୨୦୨୩ ଅନୁଯାୟୀ ସମ୍ପୃକ୍ତ ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ଚିଠି ବଳରେ ମୟୂରଭଞ୍ଜ ଜିଲ୍ଲାପାଳ ଡିଡବ୍ଲୁଓ, ତହସିଲଦାରମାନଙ୍କୁ ଓ ତହସିଲଦାରମାନେ ଆରଆଇ ମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏ ବାବଦକୁ ଆବଶ୍ୟକୀୟ ରିପୋର୍ଟ ଯଥାଶୀଘ୍ର ସଂଗ୍ରହ କରି ନିର୍ବାଚନ ପୂର୍ବରୁ ଅନୁସୂଚୀତ ଜନଜାତିର ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ସେ ଦାବୀ କରିଛନ୍ତି ।

Leave A Reply